Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଏମ୍‌ ଥିଲେ, ବିରୋଧୀ ଦଳ ନେତା ହେଲେ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସିଏମ୍‌ ଥିଲେ, ବିରୋଧୀ ଦଳ ନେତା ହେଲେ

Key Points

  • ସିଏମ୍‌ ଥିଲେ, ବିରୋଧୀ ଦଳ ନେତା ହେଲେ
  • ଗୃହରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇବେ ନବୀନ
  • ମୁଖ୍ୟମନ୍ତ୍ରୀଙ୍କ ପରେ ନବୀନଙ୍କ ଉପରେ ଗୁରୁଦାୟିତ୍ଵ

ଅର୍ଗସ ବ୍ୟୁରୋ: ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଷଷ୍ଠଥର ବି ସେହି ଆସନରେ ନବୀନ ହିଁ ବର୍ଷିବେ ବୋଲି ଦଳୀୟକର୍ମୀ ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍‌ ଶାସକ ଦଳର ନେତା ଏବେ ବିରୋଧୀ ଆସନରେ ବସିଲେ । ଯାହା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିଛି । 

ବିଧାନସଭାରେ ବିଧାୟକମାନେ ଶପଥ ନେବା ପରେ ଗତକାଲି ଶଙ୍ଖ ଭବନରେ ବସିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ । ବିରୋଧୀ ଦଳ ନେତା କିଏ ହେବ ସେନେଇ ଅନେକ ଆଲୋଚନା ବି ହୋଇଥିଲା । ଶେଷରେ ନବୀନ ହିଁ ବିରୋଧୀ ଦଳ ନେତା ହେବେ ବୋଲି ନିଷ୍ପତ୍ତି ହୋଇଥିଲା । ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ଏନେଇ ନିଜେ ଘୋଷଣା କରିଥିଲେ ନବୀନ । 

ନବୀନ ବିରୋଧୀ ଦଳ ନେତା ହେବା ପରେ ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ସେହିପରି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ସାମ୍ନାରେ ଅନେକ ଆହ୍ୱାନ ଆସି ପହଞ୍ଚିଛି । ପ୍ରଶ୍ନ ଉଠୁଛି, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ଏଣୁ ଦଳ ଅନ୍ୟଜଣେ ଉପନେତାଙ୍କୁ ନିର୍ବାଚିତ କରିଥିବା ଆଲୋଚନା ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ବିଧାନସଭାରେ ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ । ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।

 

Sponsored
CM Naveen Patnaik | Argus News