Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବମ ଥର ପାଇଁ ବିଜେଡି ସଭାପତି ପଦରେ ବସିଲେ ନବୀନ

Odisha

ନବମ ଥର ପାଇଁ ବିଜେଡି ସଭାପତି ପଦରେ ବସିଲେ ନବୀନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନବମ ଥର ପାଇଁ ବିଜେଡି ସଭାପତି ପଦରେ ବସିଲେ ନବୀନ

Key Points

- ନବମ ଥର ପାଇଁ ବିଜେଡି ସଭାପତି ପଦରେ ବସିଲେ ନବୀନ
- ପୁଣି ସାମ୍ନା କୁ ଆସିଲା ଦଳୀୟ ଅସନ୍ତୋଷର ବଡ଼ ଚିତ୍ର
- ସମାରୋହରେ ସାମିଲ ହେଲେନି ଦଳର ଅନେକ ବରିଷ୍ଠ, ଅଭିଜ୍ଞ ଓ ଅନୁଭବୀ ନେତା
- କାର୍ଯ୍ୟକ୍ରମକୁ ଡ଼କା ଯାଇନଥିବା କହି ପୁଣି ଅସନ୍ତୋଷ ଝାଡ଼ିଲେ ପ୍ରଫୁଲ୍ଲ ଓ ଶଶୀ
- ସରକାରରୁ ଯିବା ପରେ ସଂଗଠନର ମଙ୍ଗ ସମ୍ଭାଳିବା ନବୀନଙ୍କ ପାଇଁ ଆଣିଛି ଅନେକ ଆହ୍ୱାନ
- ସଭାପତି ହେବା ପରେ ନବୀନ କହିଲେ ଗତ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ୍‌ ପାଇଁ ଅଳ୍ପ ଭୋଟ୍‌ରେ ହାରିଲୁ
- ଜବାବ ରଖି ମନ ମୋହନ କହିଲେ କେଉଁଟା ଫଲ୍ସ ନ୍ୟାରେଟିଭ୍‌ ଥିଲା କୁହନ୍ତୁ ନବୀନ

ବିଜେଡି ସଭାପତି ଭାବେ ନଜିର ନବମ ଇନିଂସି ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ଆଜି ଶଙ୍ଖ ଭବନରେ ୩୫୫ ଜଣ ନେତାଙ୍କୁ ନେଇ ବସିଥିବା ରାଜ୍ୟ ପରିଷଦ ବୈଠକ ୮୧ ଜଣ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବାଛିଥିଲା । ଆଉ ରାଜ୍ୟ କାର୍ଯ୍ୟାକାରିଣୀ ର ୮୦ ଜଣ ସଦସ୍ୟଙ୍କ ସମର୍ଥନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନବୀନ । ଆଉ ନିର୍ବଚିତ ହେବା ପରେ ନବୀନ କହିଥିଲେ ଗତ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ୍‌ ପାଇଁ ଅଳ୍ପ ଭୋଟ୍‌ରେ ହାରିଲୁ କିନ୍ତୁ ଆମେ ଏବେ ବି ଲୋକଙ୍କ ସେବା ଜାରି ରଖିଛୁ। ଯାହାର ଜବାବ ଦେଇ ନବୀନ ଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ।

ସେପଟେ ନବୀନ ଙ୍କ ସଭାପତି ଚୟନ କାର୍ଯ୍ୟକ୍ରମକୁ ଆସି ନାହାନ୍ତି ଦଳର ଅନେକ ବରିଷ୍ଠ ଅଭିଜ୍ଞ ଓ ଅନୁଭବି ନେତା। ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସନା ମହାକୁଡ଼ ଙ୍କ ସମେତ ଅନୁଭବି ନେତା ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।

ସରକାରରୁ ଯିବା ପରେ ସଂଗଠନର ମଙ୍ଗ ସମ୍ଭାଳିବା ନବୀନଙ୍କ ପାଇଁ ଆଣିଛି ଅନେକ ଆହ୍ୱାନ । ୨୦୨୪ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ପରେ ଦୋହଲି ଯାଇଛି ବିଜେଡି। ଭାଗ ଭାଗରେ ବିଭକ୍ତ ହେଇ ଚାଲିଛି ଦଳ । ତେଣୁ ଦଳରେ ବଢୁଥିବା ଅସନ୍ତୋଷ କୁ ପ୍ରଶମିତ କରିବା, ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମ୍ୟାନେଜ କରିବା, ସମସ୍ତଙ୍କୁ ନେଇ ନୂଆ ଟିମ ଗଢ଼ିବା, ଭରସା ଯୋଗ୍ୟ ଲୋକ ବାଛିବା, ଦଳର ଆଭିମୁଖ୍ୟ ସ୍ପଷ୍ଟ କରି କର୍ମୀଙ୍କ ମନରେ ଲଢେଇ କରିବାର ଜୋସ ଭରିବା ଏବଂ ସବୁ ପରେ ଆଡୁଆ ବଢ଼ାଉଥିବା ପାଣ୍ଡିଆନ ଥିଓରୀକୁ ଦୂର କରିବା ନବୀନ ଙ୍କ ପାଇଁ ବଡ଼ ଆହ୍ୱାନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
former-odisha-cm-naveen-patnaik-re-elected-as-bjd-president-for-the-ninth-consecutive-term | Argus News