Videos
|
Odisha

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ଏକାଦଶାହ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ଏକାଦଶାହ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ଏକାଦଶାହ । ଶ୍ରଦ୍ଧାଞ୍ଜଳି ପାଇଁ ତାଳଚେର PMIT କ୍ୟାମ୍ପସ ପରିସରରେ ଲୋକଙ୍କ ସୁଅ । ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସମେତ ବଡ଼ ବଡ଼ ନେତା ଓ ମନ୍ତ୍ରୀ ହେଲେ ସାମିଲ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ତ୍ରିପୁରା ଉପବାଚସ୍ପତି ରାମ ପ୍ରକାଶ ପାଲ, ମଧ୍ୟପ୍ରଦେଶ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ, ବିଜେପି ଜାତୀୟ ମୁଖପାତ୍ର ସାୟେଦ ସେହେନ ୱାଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଜେପି। ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ବହୁ ବିଶିଷ୍ଟ ନେତା, ମନ୍ତ୍ରୀ ପହଞ୍ଚି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏଥିସହ ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।


ଡାକ୍ତର ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ରାଜ୍ୟ ସମେତ ଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ସାମିଲ୍ ହୋଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ମହିମା ସାଧୁ ବି ପହଞ୍ଚି ଶୋକସନ୍ତପ ପରିବାରକୁ ଆର୍ଶୀବାଦ ଦେଇଥିଲେ ।


ଭୁବନେଶ୍ୱର ସ୍ଥିତ ଗୁଆଝର ପରିସରରେ ନାଗରିକ ମଞ୍ଚ ପକ୍ଷରୁ ସ୍ୱର୍ଗତଃ ଡା ଦେବେନ୍ଦ୍ର ପ୍ରଧାନଙ୍କ ଏକଦଶାହ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ବ୍ରାହ୍ମଣ ଭୋଜନ ସହ ବସ୍ତ୍ର ଦାନ କରାଯାଇଛି । ସାମିଲ୍ ହୋଇଥିଲେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନଙ୍କ ସମେତ ଏକାମ୍ର କ୍ଷେତ୍ରର ଅନେକ ବିଜେପି ନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ପୁରୀରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକାଦଶାହରେ ଡାକ୍ତର ପ୍ରଧାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଖାଲି ରାଜ୍ୟ କି ଦେଶ ନୁହେଁ । ଦେଶ ବାହାରେ ବି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବାହାରିନରେ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଆୟୋଜିତ ହୋଇଥିଲା ସ୍ମୃତି ସଭା । ପ୍ରବାସୀ ଓଡ଼ିଆମାନେ ସମବେତ ହୋଇ ସ୍ବର୍ଗତ ପ୍ରଧାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ ।

former-union-minister-dr-debendra-pradhans-death-anniversary-today | Argus News