Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଝୁରୁଛି ସାରା ଦେଶ: ଶ୍ରଦ୍ଧାଞ୍ଜଳି ଦେବାକୁ ବାସଭବନରେ ଭିଡ଼

Odisha

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଝୁରୁଛି ସାରା ଦେଶ: ଶ୍ରଦ୍ଧାଞ୍ଜଳି ଦେବାକୁ ବାସଭବନରେ ଭିଡ଼

Ritu Das
Browse all articles by Ritu Das
·1 year ago·1 min read
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଝୁରୁଛି ସାରା ଦେଶ: ଶ୍ରଦ୍ଧାଞ୍ଜଳି ଦେବାକୁ ବାସଭବନରେ ଭିଡ଼

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ସମ୍ପୂର୍ଣ୍ଣ ଜୀବନ ରାଜ୍ୟ ଓ ଦେଶ ପାଇଁ ଥିଲା ସମର୍ପିତ। ତାଙ୍କ ଅବଦାନକୁ ଭୁଲି ପାରିବେନି କେହି। ସାରା ଦେଶ ତାଙ୍କୁ ଝୁରୁଥିବାବେଳେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପ୍ରତିଦିନ ଜମୁଛି ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ଭିଡ଼ ।. ତାଳଚେର ସ୍ଥିତ ହାଣ୍ଡିଧୂଆ ବାସଭବନରେ ପହଞ୍ଚି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ପୂର୍ବତନ ସାଂସଦ ବଳରାଜ ପାସି ।. ଏଥିସହ ସାଂସଦ ନବୀନ ଜିନ୍ଦଲ ମଧ୍ୟ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।


ସେହିପରି ବିହାର କୃଷକ ମୋର୍ଚ୍ଚା ମହାମନ୍ତ୍ରୀ ନବୀନ କୁମାର, ବିହାର ନଗର ଉନ୍ନୟନ ମନ୍ତ୍ରୀ ଜିବେଶ କୁମାର, ବିହାର ମନ୍ତ୍ରୀ ନିରୋଜ ସିଂ ବବୁଲୁ, ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ତାଳଚେର ସ୍ଥିତ ବାସଭବନରେ ଦେବେନ୍ଦ୍ର ପ୍ରଧାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିସହ ବିହାର ବିଜେପି ପ୍ରବକ୍ତା ଅରବିନ୍ଦ ସିଂଙ୍କ ସମେତ ବହୁ ବଡ଼ ବଡ଼ ନେତା ତାଳଚେର ବାସଭବନରେ ଡା ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭୁବନେଶ୍ବରରେ ଚଷାକୂଳର ଶିରୋମଣି କୁହାଯାଉଥିବା ଡ. ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସଭା ଆୟୋଜିତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏଥିସହ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ପ୍ରଧାନଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
former-union-minister-dr-devendra-pradhan-is-missed-by-the-entire-country-crowds-gather-at-his-residence-to-pay-their-respects | Argus News