Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା ଲୋଭ ଦେଖାଇ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ , ୪ ଅଭିଯୁକ୍ତ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଟଙ୍କା ଲୋଭ ଦେଖାଇ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ , ୪ ଅଭିଯୁକ୍ତ ଗିରଫ

Key Points

ଟଙ୍କା ଲୋଭ ଦେଖାଇ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ
୪ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ଟିଟିଲାଗଡ଼ ପୋଲିସ
ବିପୁଳ ଟଙ୍କା, ୨ଟି ଚାରିଚକିଆ ଗାଡ଼ି ଏବଂ ୨ଟି ମୋବାଇଲ ଜବତ
ଗତ ୨୭ ତାରିଖରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା

୧୪ କୋଟିର ଲୋଭ ଦେଖାଇ ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଲୁଟିନେଲେ । ଏପରି ଠକେଇ କରିଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଟଙ୍କାର ଲୋକ ଦେଖାଇ ଜଣେ ବ୍ୟକ୍ତିଙ୍କ ପାଖରୁ ସେମାନେ ୧୪ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ଟଙ୍କା , ୨ଟି ଚାରିଚକିଆ ଗାଡି ଏବଂ ୨ଟି ମୋବାଇଲ ଜବତ ହୋଇଛି । ଗତ ୨୭ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଦୀନବନ୍ଧୁ ଗଡ଼ତିଆ ଠକାମୀର ଶିକାର ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଦୀନବନ୍ଧୁ କହିଥିଲେ, ସେମାନେ ୧ ଲକ୍ଷ ଟଙ୍କା ଦେଲେ ୧ କୋଟି ମିଳିବ ବୋଲି ତାଙ୍କୁ ଲୋଭ ଦେଖାଇଥିଲେ । ଯେଉଁ କାରଣରୁ ସେ ନିଜର ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହରାଇଛନ୍ତି ।


ତେବେ ଅଭିଯୁକ୍ତ ମାନେ ହେଉଛନ୍ତି, ଟିଟିଲାଗଡ଼ ସର୍ଗିଗୁଡ଼ାର ଟଙ୍କଧର ପୁଟେଲ, ସଇନ୍ତଳା ଥାନା ସିକାପତ୍ରାପାଲି ଗାଁର ସତ୍ୟନାରାୟଣ କୁମ୍ଭାର, ସୋନପୁର ଥାନାପତିପଡ଼ାର ଗିରିଗୋବର୍ଦ୍ଧନ ଥାନାପତି ଓ ମୁରିବହାଲ ଥାନା ଲଖନା ଗାଁର ହରିଶ ପଟେଲ । ତେବେ ତାଙ୍କଠାରୁ ଜବତ ହୋଇଥିବା ଗାଡି ଫୋନ ମଧ୍ୟ ଠକେଇରୁ ହୋଇଥିବା ପୋଲିସ ସୂଚନା ଦେଇଛନ୍ତି । ତେବେ ସେମାନେ ଏପରି କେତେ ଠକାମୀ କରିଛନ୍ତି, ଆଉ ସେମାନଙ୍କ ବୃତ୍ତି କଣ ତାହା ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Four accused arrested for cheating over Rs 14 lakhs by showing greed for money | Argus News