Videos
|
Odisha

ମାଲକାନଗିରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୪ ଜଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମାଲକାନଗିରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୪ ଜଣ

Key Points

ଅଭିଯୋଗ ଆସିଲା କାର୍ଯ୍ୟାନୁଷ୍ଠାନ ହେଲା
ଦୁଷ୍କର୍ମ ମାମଲାରେ କଠୋର ଆଭିମୁଖ୍ୟ ଆପଣାଇଲେ ସରକାର
ଜଗତସିଂପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ଜଣେ ଅଭିଯୁକ୍ତ
ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ର ନାବାଳିକା ଦୁଷ୍କର୍ମ ମାମଲାରେ ୩ ଗିରଫ
ମାଲକାନଗିରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୪ ଜଣ
ଦୁଷ୍କର୍ମକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର
ପୂର୍ବ ସରକାରରେ ଦୁଷ୍କର୍ମ ତଥ୍ୟ ଦେଇ ବିଜେପି କଲା କାଉଣ୍ଟର

ଜଗତସିଂହପୁର ଗଣ ଦୁଷ୍କର୍ମ ମାମଲାରେ ପୋଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣକୁ ଧରିବା ପାଇଁ ପୋଲିସର ତନାଘନା। ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି। ଦୁଷ୍କର୍ମ ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି। ସେ ଏ ଘଟଣାକୁ ନେଇ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ ଆଇନଶୃଙ୍ଖଳା କଥା ଉଠାଇ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ବିଜେପି ରଖିଛି ଜବାବ।

ସେପଟେ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବି ତୁରନ୍ତ ଆକ୍ସନ ନେଇଛି ପୋଲିସ। ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ । ୩ ଅଭିଯୁକ୍ତ ହେଲେ ସନ୍ଦୀପ ସ୍ୱାଇଁ, ସାର୍ଥକ ମହାନ୍ତି ଓ ସାଗର କୁମାର ନାୟକ। ନାବାଳିକାକୁ ଏବେ ଶିଶୁ ମଙ୍ଗଳ କମିଟି ହେପାଜତରେ ରଖାଯାଇଛି। ମାଲକାନଗିରିରେ ବି ନାବାଳିକା ଦୁଷ୍କର୍ମ ମାମଲାରେ ବି ପୋଲିସ ଦେଖାଇଛି ତତ୍ପାରତା। ନାବାଳିକା ସହ ଥିବା ଟ୍ରକ୍ ଡ୍ରାଇଭର ଓ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରପ କରି କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣକ ସୋମବାର ସନ୍ଧ୍ୟାରେ ସାଙ୍ଗର ଜନ୍ମଦିନ ପାଳନ ପାଇଁ ଯାଇ ଘରକୁ ଫେରିନଥିଲେ ଏହାପରେ ପୋଲିସ ତାକୁ ଖୋଜାଖୋଜି ପରେ ବିଜାଘାଟି ପାଖରେ ଏକ ଟ୍ରକ୍ ଡ୍ରାଇଭର ନିକଟରୁ ଉଦ୍ଧାର କରିଥିଲା।

ରାଜ୍ୟର ବିଭିନ୍ ସ୍ଥାନରୁ ଆସିଥିବା ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଏହାର କାଉଣ୍ଟର କରିଛି ବିଜେପି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଜେଡି ଓ କଂଗ୍ରେସ ସରକାର ଅମଳରେ ହୋଇଥିବା ମହିଳା ଅପରାଧର ହିସାବ ଦେଇ ବିରୋଧୀଙ୍କୁ କରିଛନ୍ତି ନିଶାନା । ଯଦି ପୂର୍ବ ବର୍ଷମାନଙ୍କରେ ମହିଳା ବିରୋଧୀ ଅପରାଧରେ ଦଣ୍ଡବିଧାନ ହାର ଅତି ନୈରାଶ୍ୟ ଜନକ ଥିଲା।


ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ 2019ରେ ଓଡ଼ିଶାରେ ମହିଳା ଅପରାଧର ଦଣ୍ଡବିଧାନ ହାର ଥିଲା 10 ପ୍ରତିଶତ। ଯେତେବେଳେ କି ଜାତୀୟ ହାର ଥିଲା 23.7 ପ୍ରତିଶତ । 2020 ରେ ଜାତୀୟ ହାର ବଢି 29.8 ପ୍ରତିଶତର ପହଞ୍ଚିଥିବାବେଳେ ଓଡ଼ିଶା ଏହା 9.2 ପ୍ରତିଶତକୁ ଖସିଆସିଥିଲା। 2021ରେ ରାଜ୍ୟରେ ଦଣ୍ଡବିଧାନ ହାର ଥିଲା 8.3 ପ୍ରତିଶତ। ଯେତେବେଳେ କି ଜାତୀୟ ହାର-26.5 ପ୍ରତିଶତ ଥିଲା। ଆଉ ୨୦୨୨ରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧର ଦଣ୍ଡବିଧାନ ହାର ଥିଲା 9.3 ପ୍ରତିଶତ । ସେହିବର୍ଷ ଜାତୀୟ ଦଣ୍ଡ ବିଧାନ ହାର ଥିଲା 25.3 ପ୍ରତିଶତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


four-arrested-for-allegedly-raping-minor-girl-in-malkangiri | Argus News