ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ

Key Points
ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ
ଟ୍ରକ୍ ଡ୍ରାଇଭର ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ
ବିଜାଘାଟି ନିକଟରୁ ନାବାଳିକାକୁ ଉଦ୍ଧାର କରିଥିଲା ଆଦର୍ଶ ଥାନା ପୋଲିସ
ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ । ଟ୍ରକ୍ ଡ୍ରାଇଭର ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପୀଡ଼ିତା ଜଣଙ୍କ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ । ବିଜାଘାଟି ନିକଟରୁ ନାବାଳିକାକୁ ଉଦ୍ଧାର କରିଥିଲା ଆଦର୍ଶ ଥାନା ପୋଲିସ । ଅଭିଯୋଗ ହେବାର କିଛି ସମୟ ମଧ୍ୟରେ ତ୍ୱରିତ ଆକ୍ସନ ନିଆଯାଇଥିବା କହିଛନ୍ତି ଏସପି ।
ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ପରିବାର ଲୋକେ ଝିଅକୁ ବହୁତ ଖୋଜା ଖୋଜି କରିଥିଲେ । ହେଲେ ଝିଅର କୌଣସି ପତ୍ତା ମିଳି ନଥିଲା ।
📱 Get Argus News App
✨ତେବେ ଏହାରି ମଧ୍ୟରେ ଜିଲ୍ଲା ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା ଘାଟି ଠାରେ ବିଳମ୍ବିତ ରାତିରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖି କିଛି ପଥଚାରି ମାଲକାନଗିରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଶକ୍ତି ସଦନ ଗୃହରେ ରଖିଥିଲେ । ଏହାସହ ଟ୍ରକ ଚାଳକକୁ ଅଟକ ରଖିଥିଲେ ।