Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Panchuka Brata / କାଲିଠୁ ଶ୍ରୀକ୍ଷେତ୍ରରେ ୪ ଦିନିଆ ପଞ୍ଚୁକ ବ୍ରତ ଆରମ୍ଭ

Rashmita Mishra
Browse all articles by Rashmita Mishra
·8 months ago·2 min read
କାଲିଠୁ ଶ୍ରୀକ୍ଷେତ୍ରରେ ୪ ଦିନିଆ ପଞ୍ଚୁକ ବ୍ରତ ଆରମ୍ଭ

Key Points

ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ
ଆସନ୍ତାକାଲିଠୁ ୫ ତାରିଖ ଯାଏଁ ଦୁର୍ଲଭ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
କାର୍ତ୍ତିକ ପୂର୍ଣ୍ଣିମାରେ ହେବ ଶ୍ରୀଜୀଉଙ୍କ ସୁନାବେଶ
ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

କାଲିଠୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ଆରମ୍ଭ । ଆସନ୍ତାକାଲି କାର୍ତ୍ତିକ ମାସର ମହା ପଞ୍ଚୁକ ବ୍ରତ ଆରମ୍ଭ ହେବାକୁ ଯାଉଛି । ଏଥର ପାଞ୍ଚ ଦିନ ନୁହେଁ ୪ଦିନ ପଞ୍ଚୁକ ବ୍ରତ ହେବ। ପଞ୍ଚୁକରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

କେବଳ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ଦ୍ଵାରରେ ପ୍ରସ୍ଥାନ କରିପାରିବେ। ମାର୍କେଟ ଛକ ନିକଟରୁ ସ୍ୱତନ୍ତ୍ର ବାରିକେଡ କରାଯାଇଛି । ଶ୍ରଦ୍ଧାଳୁମାନେ ବାରିକେଡ ଦେଇ ସିଂହଦ୍ଵାରରେ ପ୍ରବେଶ କରିବେ । ଭିଡ ନିୟନ୍ତ୍ରଣ ଲାଗି ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫ ନୁହେଁ ଏଥର ୪ ଦିନ ପଞ୍ଚୁକ । ରାସ ପୂର୍ଣ୍ଣମୀରେ ହେବ ଦୁର୍ଲଭ ରାଜରାଜେଶ୍ବର ବେଶ । ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି । ଶୃଙ୍ଖଳିତ ଦର୍ଶନ ପାଇଁ ମରଚିକୋଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା ।

କାର୍ତ୍ତିକରେ ବି ଅଡୁଆ । ଏଥର ୪ ଦିନ ହେବ ପଞ୍ଚୁକ ବ୍ରତ। ଚଳିତ ବର୍ଷ ପଞ୍ଚୁକ ତିଥି କ୍ଷୟ ଯୋଗୁଁ ଚତୁର୍ଦ୍ଧଶୀରେ ହେବାକୁ ଥିବା ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତେବେ ୫ ତାରିଖରେ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦୁର୍ଲ୍ଲଭ ରାଜରାଜେଶ୍ୱର ଅର୍ଥାତ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଯାଇଛି ।

ଏଥର ୪ ଦିନ ପଞ୍ଚୁକ ହୋଇଥିବାରୁ ଲକ୍ଷ୍ମୀ-ନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଚଳିତ ମାସରେ ଚତୁର୍ଦ୍ଧଶୀ କ୍ଷୟ ରହୁଥିବାରୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ହେବ। ଚତୁର୍ଦ୍ଧଶୀରେ ହେବାକୁ ଥିବା ଲକ୍ଷ୍ମୀ ନୃସିଂହ ବେଶ ହେବନାହିଁ। କାର୍ତ୍ତିକ ଏକାଦଶୀ ବା ବଡ଼ ଏକାଦଶୀରୁ ଆରମ୍ଭ ହେବ ପଞ୍ଚୁକ। ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିବେ ଭକ୍ତ। ଗରୁଡ ଦ୍ୱାଦଶୀରେ ବାଙ୍କଚୁଡା ବେଶ ତା' ପରେ ପଞ୍ଚୁକର ତୃତୀୟ ଦିନରେ ତ୍ରିବ୍ରିକ୍ରମ ବେଶ ଓ ରାସ ପୁର୍ଣ୍ଣିମାରେ ଦୁର୍ଲଭ ରାଜ ରାଜେଶ୍ୱର ବେଶ ଦର୍ଶନ କରିବେ ଭକ୍ତ । ତେଣୁ ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି ।

ବିଶ୍ୱାସ ରହିଛି କାର୍ତ୍ତିକ ମାସ ସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳେ, ପଞ୍ଚୁକ ପାଞ୍ଚଦିନରେ ବ୍ରତ ରଖିଲେ ତାଠୁ ଅଧିକ ପୁଣ୍ୟ ମିଳିଥାଏ। ହବିଷ୍ୟାଳୀମାନେ କିଭଳି ଭାବେ ପଞ୍ଚୁକରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବେ ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି ହବିଷ୍ୟାଳୀ ଓ ବୟସ୍କ ଭକ୍ତଙ୍କୁ ନେଇ ଠାକୁରଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଦର୍ଶନ ଲାଗି ମରଚିକୋଟ ଛକରୁ ଅସ୍ଥାୟୀ ବ୍ୟାରିକେଡ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୩୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Panchuka Brata | Four-Day Panchuka Brata Begins in Shrikhetra from Tomorrow | Argus News | Argus News