୪ ଦିନ ଜଳବନ୍ଦୀ ଯୋଗୁଁ ନାହିଁ ନଥିବା ଅସୁବିଧା

Key Points
ପାଣି ଛାଡିଛି, ଦୁର୍ଦ୍ଦଶା ବଢିଛି
ପାଣି ଘେରରେ ବାଲେଶ୍ବର ଜିଲ୍ଲା ଭୋଗରାଇର ୧୦ ରୁ ଅଧିକ ପଂଚାୟତ
୪ ଦିନ ଜଳବନ୍ଦୀ ଯୋଗୁଁ ନାହିଁ ନ ଥିବା ଅସୁବିଧା
ପିଇବା ପାଣି ଟିକିଏ ପାଇବା ପାଇଁ ଲୋକେ ଡହଳ ବିକଳ
ଭଦ୍ରକର 5ଟି ପଞ୍ଚାୟତରେ ବନ୍ୟା ସ୍ଥିତି
କୁମ୍ଭୀରଗଡି ପଞ୍ଚାୟତର 6ଟି ଗାଁରେ ବନ୍ୟା ପାଣି ପ୍ରବାହିତ ହେଉଛି । ଗବଗାଁ ପଂଚାୟତ ଏବେ ଵି ପାଣି ଘେରରେ ରହିଛି । ୪ଦିନ ହେବ ଜଳବନ୍ଦୀ ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ସେହିପରି ଦାରୁହା, କୁଳିଦା, ମହାଗବ୍, ନାଚିନ୍ଦl ଭଳି ପଞ୍ଚାୟତ ମଧ୍ୟ ଜଳମଗ୍ନ ହୋଇଛି । ସକାଳୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହେବାରୁ ବନ୍ୟା ଆଶଙ୍କା ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା । ସେପଟେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପ୍ରଶାସନର ସହାୟତା ଅପେକ୍ଷାରେ ସ୍ଥାନୀୟ ବାସିନ୍ଦା ।
ବାଲିଆପାଳର 7ଟି ପଞ୍ଚାୟତର 20 ହଜାର ଲୋକ ପ୍ରଭାବିତ । କେଉଁଠି ପାଣି ଛାଡିଛି ତ ଆଉ କେଉଁଠି ଘର ଭିତରେ ପାଣି କାଦୁଅ । ଡଙ୍ଗା ନଥିବାରୁ ଏହି କଦଳୀଗଛ ଭାରା ହି ସାହାରା । ଏହିପରି ଲୋକେ ଯାଆସ କରୁଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଭଦ୍ରକର ହଦଗଡ଼ ଡ୍ୟାମର 4 ଟି ଗେଟ । ସାଳନ୍ଦୀ ନଦୀରେ ଆସିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଭଦ୍ରକ ଏବଂ ତିହିଡି ବ୍ଲକ ଅଂଚଳର 5 ଟି ପଞ୍ଚାୟତରେ ବନ୍ୟା ସ୍ଥିତି । ଭଦ୍ରକ ବ୍ଲକର ବେନ୍ତାଳ ଖଣ୍ଡତଡା, ଅର୍ଣ୍ଣପାଳ ଏବଂ ବିଷ୍ଣୁପୁର ପଞ୍ଚାୟତରେ ଚାଷ ଜମିରେ ପାଣି। ଗାଁ ରେ ପଶିଲା ବନ୍ୟା ଜଳ ।
ଭଦ୍ରକ ବ୍ଲକର ବେନ୍ତାଳ ପଞ୍ଚାୟତର 5 ନମ୍ବର ଏବଂ 6 ନମ୍ବର ୱାର୍ଡରେ ଲୋକଙ୍କ ଘର ଭିତରେ ବନ୍ୟା ପାଣି । ସେହିପରି ଖଣ୍ଡତଡା ପଞ୍ଚାୟତର ମହାଦେବପୁର, ଗୁଜିଦରଡ଼ା ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ଲୋକ ମାନେ ପାଣି ଘେରରେ । ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟା ପାଣିରେ ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତରେ ଶହଶହ ହେକ୍ଟର ଚାଷ ଜମିକୁ ମାଡିଗଲା ପାଣି । ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି ।