ରାତିରେ ଶୋଇଥିବା ବେଳେ ସାପ କାମୁଡାରେ ଗଲା ୪ ଜୀବନ

Key Points
ସାପ କାମୁଡାରେ ମା-ପୁଅଙ୍କ ମୃତ୍ୟୁ
କେନ୍ଦୁଝର ଘଷିପୁରା ଥାନା ରାଧିକାଦେଇପୁର ଗାଁର ଘଟଣା
ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡିଥିଲା
ସାପ କାମୁଡାରେ ଚାଲିଗଲା ମା-ପୁଅଙ୍କ ଜୀବନ । କେନ୍ଦୁଝର ଘଷିପୁରା ଥାନା ରାଧିକାଦେଇପୁର ଗାଁର ଘଟଣା । ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ କେଶଦୂରପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ମେଡିକାଲ ପହଞ୍ଚିବା ପୂର୍ବରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମାର ମୃତ୍ୟୁ ହୋଇଛି। ମୃତକ ରାଧିକାଦେଇପୁର ଗାଁର ସୁନିଲ ମୁଣ୍ଡାଙ୍କ ପତ୍ନୀ ଜେମାମଣୀ ଓ ୯ ବର୍ଷିୟ ପୁଅ ।
ସେପଟେ ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ବିଲୁଗାଁ ଗାଁରେ ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ସାପ କାମୁଡାରେ ପିୟୁସି ଝିଅ ଓ ମାମୁ ଝିଅ ଦୁଇ ଭଉଣୀଙ୍କ ମୃତ୍ୟୁ। ରାତିରେ ଖାଇ ସାରି ଶୋଇଥିବା ବେଳେ କାମୁଡିଥିଲା ସାପ। ଜରଡା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛି।