Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 4 ଡାକ୍ତର ଚାକିରିରୁ ବହିଷ୍କୃତ

Odisha

4 ଡାକ୍ତର ଚାକିରିରୁ ବହିଷ୍କୃତ

Smruti Parija
Browse all articles by Smruti Parija
·1 year ago·1 min read
4 ଡାକ୍ତର ଚାକିରିରୁ ବହିଷ୍କୃତ

Key Points

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପିଜି ଡ଼ାକ୍ତର ଛାତ୍ରଙ୍କୁ ସିନିୟର ରେସିଣ୍ଡେଣ୍ଟ ଛାତ୍ରମାନେ ମାଡ଼ ମାରିବା ଘଟଣାରେ ୪ ଡ଼ାକ୍ତରଙ୍କୁ ସେମାନଙ୍କ କାର୍ଯ୍ୟରୁ ବହିସ୍କାର ଓ ଜଣେ ଡ଼ାକ୍ତରଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା ।

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପିଜି ଡ଼ାକ୍ତର ଛାତ୍ରଙ୍କୁ ସିନିୟର ରେସିଣ୍ଡେଣ୍ଟ ଛାତ୍ରମାନେ ମାଡ଼ ମାରିବା ଘଟଣାରେ ୪ ଡ଼ାକ୍ତରଙ୍କୁ ସେମାନଙ୍କ କାର୍ଯ୍ୟରୁ ବହିସ୍କାର ଓ ଜଣେ ଡ଼ାକ୍ତରଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା ।


ଡ଼ିଏମଇଟିଙ୍କ ନିର୍ଦେଶ ପ୍ରକାରେ ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଅର୍ଥପେଡ଼ିକ୍‌ ବିଭାଗର ଡ଼ାକ୍ତର ପୁରୁଷୋତ୍ତମ ସ୍ବାଇଁ, ଆରିୟାନ କୁମାର ମହାନ୍ତି ଓ ଚିନ୍ମୟ ପ୍ରଧାନ ଏବଂ ସାଧାରଣ ସର୍ଜରୀ ବିଭାଗର ସିନିୟର ରେସିଣ୍ଡେଣ୍ଟ ଡ଼ାକ୍ତର ୟସ୍‌ବନ୍ତ ଭିରାଙ୍କୁ ନିଜ କାର୍ଯ୍ୟରୁ ବହିସ୍କାର କରିଛନ୍ତି ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅର୍ଥପେଡ଼ିକ ବିଭାଗର ଦ୍ବିତୀୟ ବର୍ଷର ପିଜି ଡ଼ାକ୍ତର ପ୍ରିୟଜିତ୍‌ ସାହୁଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା କରାଯାଇଛି । ଗତ ୨୩ ତାରିଖରେ ପିଜି ଡ଼ାକ୍ତରଙ୍କୁ ମାଡ଼ ମାରିବା ନେଇ କାଉନସିଲ ବୈଠକ ବସିଥିଲା । ଗତ ୨୦ ତାରିଖରେ ତୃତୀୟ ହଷ୍ଟେଲରେ ଜଣେ ପିଜି ଡ଼ାକ୍ତରଙ୍କୁ ହୋଇଥିଲା ଆକ୍ରମଣ । ଏମକେସିଜି ମେଡ଼ିକାଲ କଲେଜ ଡ଼ିନ୍‌ ଡ଼ା.ସୁଚିତ୍ରା ଦାସ ଏନେଇ ସୂଚନା ଦେଇଛନ୍ତି।

Sponsored
four-doctor-dismissed-in-mkcg-hospital | Argus News