Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେରିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଫେରିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ

Key Points

ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । ତାଙ୍କ ଭାଇ ଶିଶିର ନାୟକଙ୍କ ର ଦୁଇ ଝିଅ ଓ ଇତିଶ୍ରୀଙ୍କ ଦୁଇ ଭଉଣୀ।

ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । ତାଙ୍କ ଭାଇ ଶିଶିର ନାୟକଙ୍କ ର ଦୁଇ ଝିଅ ଓ ଇତିଶ୍ରୀଙ୍କ ଦୁଇ ଭଉଣୀ। ଆଜି ସକାଳୁ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ , ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନ ରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେଦିନର ସେହି ଛାତି ଥରା ଘଟଣାକୁ ବଖାଣିଛନ୍ତି ।


ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ। ବନ୍ୟା ଯୋଗୁଁ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ୩୫ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ମେଘାଳୟ, ମଣିପୁରରେ ଗତ ୨ ଦିନ ଭିତରେ ବର୍ଷାର ବିତ୍ପାତ ଅନେକ ଜୀବନ ନେଇଛି। ପ୍ରାୟ 2 ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ତ୍ରିପୁରାରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ରିଲିଫ୍ ଶିବିର ଖୋଲିଛନ୍ତି। ସେହିପରି ମଣିପୁରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ସେନା, ଆସାମ ରାଇଫଲ୍ସ, ସରକାରୀ ଅଧିକାରୀ, ମଣିପୁର ଅଗ୍ନିଶମ ସେବା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆସାମର ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ଆସାମର ସମସ୍ତ ଜିଲ୍ଲା ପାଇଁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନେକ ସ୍ଥାନରେ ଜାତୀୟ ରାଜପଥ ଧୋଇ ଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Four family members of BJP leader Itishree, who went missing in Sikkim accident, return | Argus News