କୋରାପୁଟ ସୁନାବେଡ଼ାରେ କାର୍ ସହ କାର୍ ମୁହାଁମୁହାଁ ଧକ୍କା, ୪ ମୃତ

Key Points
କୋରାପୁଟ ସୁନାବେଡ଼ାରେ କାର୍ ସହ କାର୍ ମୁହାଁମୁହାଁ ଧକ୍କା
ବରଗଡ଼-ସୋହେଲା ଜାତୀୟ ରାଜପଥରେ ଗଛରେ ପିଟିହେଲା ଫଳ ବୋଝେଇ ପିକ୍ଅପ୍ ଭ୍ୟାନ୍
ନୟାଗଡ଼ରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଅଟୋକୁ ଧକ୍କା ଦେଲା ପିକଅପ ଭ୍ୟାନ୍
ଆଜି ଦୁର୍ଘଟଣାର ଦିନ। କୋରାପୁଟ, ବରଗଡ଼, ନୟାଗଡ଼ରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । କୋରାପୁଟ ସୁନାବେଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ସହ କାର୍ ମୁହାଁମୁହାଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ସେହିପରି ବରଗଡ଼-ସୋହେଲା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଫଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଚକରକେନ୍ଦର ନିକଟ ଏକ ଢାବା ନିକଟରେ ଏକ ଗଛକୁ ପିଟି ଥିଲା । ଗାଡ଼ି ଭିତରେ ଚାପି ହୋଇ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ହୋଇଛି ।
ସେପଟେ ବୋଲବମ ଯିବାବେଳେ ଦୁର୍ଘଟଣା । ଜଳଲାଗି ପାଇଁ ଯିବାବେଳେ ଚାଲିଗଲା ଜୀବନ। କାଉଡିଆଙ୍କୁ ନେଇ ଯାଉଥିବା ଅଟୋକୁ ପିଟିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ଜଣେ କାଉଡିଆ ମୃତ, ୫ ଜଣ ଗୁରୁତର । ନୟାଗଡ଼ ସରଣକୁଳ ଥାନା ଦରପଦା ନିକଟରେ ଦୁର୍ଘଟଣା ।