Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୃଥକ ପୃଥକ ଦୁର୍ଘଟଣାରେ 4 ମୃତ, 2 ଆହତ

Smruti Parija
Browse all articles by Smruti Parija
·1 year ago·1 min read
ପୃଥକ ପୃଥକ ଦୁର୍ଘଟଣାରେ 4 ମୃତ, 2 ଆହତ

Key Points

ମୟୂରଭଞ୍ଜରେ ଟ୍ରାକ୍ଟରକୁ ପିଟିଲା ଟ୍ରକ

ଗୁଣୁପୁରରେ ଟ୍ରକକୁ ପିଟିଲା ବାଇକ୍

ଟ୍ରାକ୍ଟରକୁ ଧକ୍କା ଦେଇ ଚମ୍ପଟ ମାରିଲା ଟ୍ରକ୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ୧୮ନଂ ଏନଏଚରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟରରେ ଥିଲେ ହରିୟାଣା ରାଜ୍ୟର ୫ଜଣ । ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ୩ ଗୁରୁତରଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।


ସେହିପରି ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତ କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଛିଡା ହୋଇଥିବା ଏକ ଲୁହା ରଡ୍ ବୋଝେଇ ଟ୍ରକକୁ ଧକ୍କା ଦେଇ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ସିର୍ଜୁଳି ପଞ୍ଚାୟତ ବଡଆମ୍ବଗୁଡା ଗ୍ରାମର ତିରୁପତୀ ଶବର ବୟସ (୪୦)ଓ ମଣ୍ଟୁ ଶବର ବୟସ (୨୦) ବୋଲି ଜଣାପଡିଛି। ଦୁର୍ଘଟଣା ପରେ ସେମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଲା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଘଟଣାସ୍ଥଳରେ ଗୁଣୁପୁର ପୁଲିସ୍ ର ତଦନ୍ତ ଜାରି ରହିଛି । ମୃତକ ଦୁଇଜଣ ଗୁଣୁପୁରକୁ କୈାଣସି କାମରେ ଆସି ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-killed-two-injured-in-accident-at-mayurbhanj-and-gunupur | Argus News