Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଟୋ ଓଲଟି ୪ ଶ୍ରମିକ ଆହତ, ଜଣେ ମହିଳା ମୃତ

Odisha

ଅଟୋ ଓଲଟି ୪ ଶ୍ରମିକ ଆହତ, ଜଣେ ମହିଳା ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଅଟୋ ଓଲଟି ୪ ଶ୍ରମିକ ଆହତ, ଜଣେ ମହିଳା ମୃତ

Key Points

ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଅଟୋ ଓଲଟି ୪ଆହତ ହୋଇଥିବା ବେଳେ ଜଣେ ମହିଳା ମୃତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଅଟୋ ଓଲଟି ୪ଆହତ ହୋଇଥିବା ବେଳେ ଜଣେ ମହିଳା ମୃତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । କୁକୁଡାଖଣ୍ଡିରୁ କିଛି ଶ୍ରମିକ ଶ୍ରେଣୀର ଲୋକ କାମ ପାଇଁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୁଡ଼ିଘରା ମନ୍ଦିର ନିକଟରେ ଓଲଟି ପଡିଥିଲା। ଗାଡ଼ିରେ ବସିଥିବା ଶ୍ରମିକ ମାନଙ୍କ ସହ ଡ୍ରାଇଭର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତର ଖାନାରେ ଚିକିତ୍ସାଧୀନ ଅଛନ୍ତି।


କିଛି ସମୟ ପାଇଁ ଆହତଙ୍କ ପରିବାର ବର୍ଗ ଜାତୀୟ ରାଜପଥ ଅବରୋଧ କରିଥିଲେ। ବ୍ରହ୍ମପୁର- ଆସିକା ରାସ୍ତାରେ ଯାଉଥିବା ସମସ୍ତ ଗାଡି ଗୁଡିକ ରାସ୍ତାରେ ଅଟକି ରହିଥିଲା । ପରେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।ସମସ୍ତ ଶ୍ରମିକ ଛାତ ପକାଇବାକୁ ଏକ ଅଟୋ ରେ ଯାଉଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Four labourers injured, one woman dead as auto overturns | Argus News