Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Education / ବହି ବିଭ୍ରାଟ ରୋକିବ ଚାରି ଥାକିଆ ଯାଞ୍ଚ ବ୍ୟବସ୍ଥା

Rashmita Mishra
Browse all articles by Rashmita Mishra
·2 weeks ago·2 min read
ବହି ବିଭ୍ରାଟ ରୋକିବ ଚାରି ଥାକିଆ ଯାଞ୍ଚ ବ୍ୟବସ୍ଥା
Odisha Education

Key Points

ବହି ବିଭ୍ରାଟ ରୋକିବ ଚାରି ଥାକିଆ ଯାଞ୍ଚ ବ୍ୟବସ୍ଥା
ଫାଇନାଲ୍ ଲକଡ୍ PDF ମେକାନିଜମ୍ ଦ୍ବାରା ତ୍ରୁଟିରେ ଲାଗିବ ବ୍ରେକ୍
ପ୍ରତିଟି ନୂଆ ବହିର ହେବ ପାଇଲଟ୍ ଟେଷ୍ଟିଂ
ଏପଟେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ପାଇଁ ବଢ଼ିଲା ଅଡୁଆ

ଆଗାମୀ ଦିନରେ କିପରି ରିପିଟ ହେବନାହିଁ ବହି ବିଭ୍ରାଟ । ଯେଉଁଠି ତ୍ରୁଟି ରହିଲା, ତାକୁ କିଭଳି କରାଯିବ ସଂଶୋଧନ । ଏନେଇ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ୨୦୨୪ରେ ନିଲମ୍ବିତ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ବିରୋଧରେ ୧୦ରୁ ଅଧିକ ବିଧାୟକ ଲେଖିଥିବା ଚିଠି ବି ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ବି ଷଡ଼ଯନ୍ତ୍ରର ଗନ୍ଧ ବାରିଥିବାରୁ ଏହି ଅଧିକାରୀଙ୍କ ବିରୋଧରେ ଆଉ କି କାର୍ଯ୍ୟାନୁଷ୍ଠାନ ହେଉଛି , ତା ଉପରେ ରହିଛି ନଜର ।
ବହି ବିଭ୍ରାଟ ଘଟଣାରେ ମୁଖ୍ୟମନ୍ତ୍ରୀ କଡ଼ା ଆକ୍ସନ ନେବା ସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ଯାହା ଭିତରେ ପ୍ରମୁଖ ରହିଛି, ଅଭେଦ୍ୟ ଚାରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଓ ଫାଇନାଲ୍ ଲକଡ୍ PDF ମେକାନିଜମ୍ । ଅର୍ଥାତ ବହି ଛପାରୁ ପ୍ରିଣ୍ଟ ପର୍ଯ୍ୟନ୍ତ ୪ ସ୍ତରରେ ଯାଞ୍ଚ ବ୍ୟବସ୍ଥା କରାଯିବ ।

ବହି ଛପାରୁ ପ୍ରିଣ୍ଟ ପର୍ଯ୍ୟନ୍ତ ଚାରି ଥାକିଆ ବ୍ୟବସ୍ଥା
୧- ଭାଷା, ଚିତ୍ର, ତଥ୍ୟ ଓ ମୁଦ୍ରଣଜନିତ ଚୂଡ଼ାନ୍ତ ଏକାଡେମିକ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକ ପ୍ରିଣ୍ଟିଙ୍ଗ ପ୍ରେସକୁ ଯାଇପାରିବ ନାହିଁ
୨- ପ୍ରତିଟି ନୂଆ ବହିର ପାଇଲଟ୍ ଟେଷ୍ଟିଂ ଅର୍ଥାତ ବଣ୍ଟାଯିବା ପୂର୍ବରୁ କିଛି କପି ଶିକ୍ଷକମାନଙ୍କୁ ଦିଆଯିବ
୩- ଫାଇନାଲ୍ ଲକଡ୍ PDF ମେକାନିଜମରେ ଚୂଡାନ୍ତ PDFକୁ ଲକ କରାଯିବ ଏବଂ ଅଧିକୃତ ଅଧିକାରୀଙ୍କ ବିନା ଆଉ କେହି ତାକୁ ଆସେସ କରିପାରିବେ ନାହିଁ
୪- ଭୁଲ ଆଉ ତାର ସଂଶୋଧନ ପାଇଁ ପବ୍ଲିକ ଏରଟା ପୋର୍ଟାଲ କରିବେ ସରକାର, ଯେଉଁଥିରେ ସଂଶୋଧିତ ହୋଇଥିବା ବିଷୟଗୁଡିକୁ ଦର୍ଶାଯିବ ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଶିକ୍ଷାବିତ ।

ଅନ୍ୟପଟେ ନିଲମ୍ବିତ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ପାଇଁ ବଢୁଛି ଅଡୁଆ । ସାମ୍ନାକୁ ଆସିଛି ୨୦୨୪ରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି। ଯେଉଁଥିରେ ରହିଛି ୧୦ରୁ ଅଧିକ ବିଧାୟକମାନଙ୍କ ଦସ୍ତଖତ । ଚିଠିରେ ମନୋଜ ପାଢୀଙ୍କ ଦୁର୍ନୀତି ଏବଂ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରତି ଧମକପୂର୍ଣ୍ଣ ଏବଂ ସ୍ୱେଚ୍ଛାଚାରୀ ଆଚରଣ କଥା ଉଲ୍ଲେଖ କରିଥିଲେ ବିଧାୟକ ମାନେ ।

ଅଭିଯୋଗ କରିଥିଲେ ନିର୍ଦ୍ଦେଶକ ଥିବା ବେଳେ ମନୋଜ ପାଢୀ ନିଜ କାର୍ଯ୍ୟାଳୟର ଅଦିକାରୀ ଏବଂ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି । ଏହା ସହ SCERT ନିର୍ଦ୍ଦେଶକ ଭାବେ ଦୁଇ ବର୍ଷର ସେବା କାଳରେ, କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ । ଏହା ମଧ୍ୟ ଲେଖାଯାଇଛି ଯେ ପୂର୍ବରୁ, ମୟୁରଭଞ୍ଜ ସାଂସଦଙ୍କ ଚିଠି ପରେ SCERTରେ ତାଙ୍କର ଅତିରିକ୍ତ ଦାୟିତ୍ୱ ପ୍ରତ୍ୟାହାର କରାଯାଇଥିଲା । କିନ୍ତୁ, ଉଚ୍ଚସ୍ତରୀୟ ହସ୍ତକ୍ଷେପ ଯୋଗୁଁ ତାଙ୍କୁ କିଛି ସମୟ ପରେ ସେହି ପଦବୀରେ ପୁନଃସ୍ଥାପିତ କରାଯାଇଛି ।

ଅନ୍ୟପଟେ ମନୋଜ ପାଢୀଙ୍କ ସହ ୩ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ୬ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ରର ଗନ୍ଧ ବାରିଥିବାରୁ ଏହି ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ହେବ କି ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି।









Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Education | Four-Layer Check System to Stop Textbook Errors | Argus News