Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେ ବି ନିଖୋଜ ଇତିଶ୍ରୀ ଜେନାଙ୍କ ସମେତ ପରିବାରରର ୪ ସଦସ୍ୟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଏବେ ବି ନିଖୋଜ ଇତିଶ୍ରୀ ଜେନାଙ୍କ ସମେତ ପରିବାରରର ୪ ସଦସ୍ୟ

Key Points

ସିକ୍କିମ୍ ଟୁରିଷ୍ଟ ଟ୍ରାଜେଡି

ଏବେ ବି ନିଖୋଜଯାଜପୁର ବିଜେପି ନେତ୍ରୀ ଇତିଶ୍ରୀ ଜେନା
ଇତିଶ୍ରୀ ଜେନାଙ୍କ ସମେତ ପରିବାରରର ୪ ସଦସ୍ୟ ନିଖୋଜ
ନିଖୋଜଙ୍କୁ ଖୋଜିବା ପାଇଁ ଓଡ଼ିଶା ଓ ସିକିମ୍ ସରକାରଙ୍କ ମିଳିତ ଉଦ୍ୟମ ଜାରି
ଉଦ୍ଧାର ପାଇଁ ଗତକାଲି ସିକ୍କିମରେ ପହଞ୍ଚି ସାରିଛନ୍ତି ଓଡ଼ିଶାର ରେସକ୍ୟୁ ଟିମ୍

ସିକ୍କିମ୍ ଟୁରିଷ୍ଟ ଟ୍ରାଜେଡି ଘଟଣା । ଏବେ ବି ନିଖୋଜ ଅଛନ୍ତି ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରରର ୪ ସଦସ୍ୟ । ନିଖୋଜଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା ତାଙ୍କ ବଡ଼ପୁଅ, ଭାଇ ଭାଉଜ । ଇତିଶ୍ରୀଙ୍କ ସାନପୁଅ ଓ ତାଙ୍କ ଭାଇଙ୍କ ପୁଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଛନ୍ତି । ନିଖୋଜମାନଙ୍କୁ ଖୋଜିବା ପାଇଁ ଓଡିଶା ଏବଂ ସିକିମ୍ ସରକାରଙ୍କ ମିଳିତ ଉଦ୍ୟମ ଜାରି ରହିଛି । ଓଡିଶାର ରେସକ୍ୟୁ ଟିମ ଗତକାଲି ଦୁର୍ଘଟଣାସ୍ଥଳରେ ପହଁଚି ସାରିଛି ।

ତେବେ ଗତ ୨୫ ତାରିଖ ଦିନ ସିକ୍କିମର ଗାଙ୍ଗଟକକୁ ବୁଲିବାକୁ ଯାଇଥିଲେ ଯାଜପୁର ବ୍ୟାସନଗର ପୌରାଞ୍ଚଳ ଉମାପଦା ଅଞ୍ଚଳର ଭାଇ ଭଉଣୀଙ୍କ ଚାରୋଟି ପରିବାର । ଏମାନେ ଗତ ଗୁରୁବାର ଦିନ ଦୁଇଟି ଗାଡିରେ ସିକ୍କିମର ଏକ ହିଲ୍ ଟପକୁ ବୁଲିବାକୁ ଯାଇଥିଲେ । ମାତ୍ର ରାତି ସମୟରେ ଘାଟିରୁ ତଳକୁ ଖସିବା ସମୟରେ ଘଟିଥିଲା ଅଘଟଣ । ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିପଡିଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ୟାଙ୍ଗଟକରେ ପହଞ୍ଚିଲେ ବାଣିଜ୍ୟ ଓ ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ । ଏହା ସହ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-members-of-the-family-including-the-late-jena-are-still-missing | Argus News