Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୀରାକୁଦରେ 10ଟି ଗେଟ୍ ଦେଇ ବନ୍ୟାଜଳ ହେଉଛି ନିଷ୍କାସନ

Smruti Parija
Browse all articles by Smruti Parija
·1 year ago·1 min read
ହୀରାକୁଦରେ 10ଟି ଗେଟ୍ ଦେଇ ବନ୍ୟାଜଳ ହେଉଛି ନିଷ୍କାସନ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର 4ଟି ଗେଟ୍ । ବର୍ତ୍ତମାନ 10ଟି ଗେଟ୍ ଦେଇ ବନ୍ୟାଜଳ ହେଉଛି ନିଷ୍କାସନ । ରାଜ୍ୟରେ ସବୁ ନଦୀରେ ସ୍ଥିତି ସ୍ବାଭାବିକ ରହିଛି । ହୀରାକୁଦ ଉପରମୁଣ୍ଡରେ 13 ଏମ୍.ଏମ୍ ବର୍ଷା ହୋଇଛି । ଏବେ ହୀରାକୁଦରେ 612.5 ଫୁଟ୍ ଜଳସ୍ତର ରହିଛି । ଖଇର ମାଳରେ 3 ଲକ୍ଷ 65 ହଜାର କ୍ୟୁସେକ ଓ ମୁଣ୍ଡଳୀରେ 3 ଲକ୍ଷ 60 ହଜାର କ୍ୟୁସେନ ଜଳ ପ୍ରବାହିତ ହେଉଛି । 

ବାଙ୍କୀରେ କେବଳ 7 ତାରିଖରେ 317 ଏମ୍.ଏମ୍ ବର୍ଷା ହୋଇଥିଲା । ଅଧିକ ବର୍ଷା ଯୋଗୁଁ ବାଙ୍କୀ ତଳିଆ ଅଞ୍ଚଳରେ ପାଣି ଜମିଛି । ଆଜି ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇଯିବ । ବର୍ଷା ଯୋଗୁଁ ବଢୁଛି ଲୋୟର ସୁକତେଲ ଜଳସ୍ତର । ଏବେ ଲୋୟର ସୁକତେଲରେ 196.55 ମିଟର ଜଳ ଅଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । 

ମୁଣ୍ଡଳିରେ ସାଢ଼େ ୩ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ଯେତିକି ଜଳ ରହିବା କଥା ସେତିକି ରଖାଯିବ । ରେଙ୍ଗାଲି, ଅପର କୋଲାବ, ବାଲିମେଳା, ମାଛକୁଣ୍ଡରେ ସ୍ଥିତି ଭଲ ଅଛି । ଅପର ଇନ୍ଦ୍ରାବତୀ ଓ କାନପୁରରେ ବି ଗତବର୍ଷ ତୁଳନାରେ ସ୍ଥିତି ଭଲ । ୪୭ ଟି ମଧ୍ୟମ ଧରଣର ଜଳଭଣ୍ଡାରରୁ ୨୧ଟିରେ ୫୦%ରୁ କମ୍‌ ଅଛି ଜଳସ୍ତର । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-more-gates-of-hirakud-closed | Argus News