Videos
|
Odisha

ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍

Key Points

ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍
ମୋଟ ୧୨ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି
ସକାଳ ୯ ଟା ସୁଦ୍ଧା ୬୦୯.୧୭ ଫୁଟ ଜଳସ୍ତର ରହିଛି

ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍। ବର୍ତ୍ତମାନ୍ ମୋଟ୍ ୧୨ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବର ୭ଟି ଓ ଡାହାଣ ପାର୍ଶ୍ବର ୫ଟି ସ୍ଲୁଇସ୍ ଖୋଲାଯାଇଛି। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳପ୍ରବେଶ ବଢିବାରେ ଲାଗିଛି । ସକାଳ ୯ ଟା ସୁଦ୍ଧା ୬୦୯.୧୭ ଫୁଟ ଜଳସ୍ତର ରହିଛି । ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୧ ଲକ୍ଷ ୮୬ ହଜାର ୮୧୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୫୬ ହଜାର ୧୯୪ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
four-more-gates-of-hirakud-dam-reopened | Argus News