ବଡ ବାପା ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୪ ଝିଆରୀ ଓ ପୁତୁରା, ହେଲେ...
·1 year ago

Key Points
ବାଙ୍କୀ ପାଥପୁର ପଞ୍ଚାୟତରେ ବଡ଼ ଅଘଟଣ
ଗାଧୋଇବାବେଳେ ଭାସିଗଲେ ଚାରି ଜଣ
3 ଉଦ୍ଧାର, ଜଣେ ନାବାଳିକା ନିଖୋଜ
ବାଙ୍କୀ ପାଥପୁର ପଞ୍ଚାୟତରେ ବଡ଼ ଅଘଟଣ । ମହାନଦୀରେ ଗାଧୋଇବାବେଳେ ଭାସିଗଲେ ଚାରି ଜଣ । ୩ ଜଣଙ୍କୁ ସ୍ଥାନୀୟ ଲୋକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଥିବାବେଳେ ଜଣେ ନାବାଳିକା ନିଖୋଜ ଅଛି । ଉଦ୍ଧାର ହୋଇଥିବା ତିନି ଜଣଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କଇଁମୁଣ୍ଡି ଗାଁରେ ବଡ ବାପା ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୪ ଝିଆରୀ ଓ ପୁତୁରା । ଜଣେ ପୁତୁରା ଓ ଦୁଇ ଝିଆରୀ ଉଦ୍ଧାର ହୋଇଥିବାବେଳେ ଜଣେ ଝିଆରୀ ନିଖୋଜ ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: