Fire Incident / ହାଇସ୍କୁଲ ପରିସରରେ ନିଆଁରେ ପୋଡ଼ି ୪ ଛାତ୍ର ଆହତ

Key Points
ହାଇସ୍କୁଲ ପରିସରରେ ନିଆଁରେ ପୋଡ଼ି ୪ ଛାତ୍ର ଆହତ ।
ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ।
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିଷର ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି।୪ଜଣଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ଥିବା ଜଣା ପଡ଼ିଛି । ସମସ୍ତ ଛାତ୍ରଙ୍କୁ ପ୍ରଥମେ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ସୂଚନାନୁଯାୟୀ ବିଦ୍ୟାଳୟ ପରିସରରେ ପାଠ ପଢ଼ା ଚାଲିଥିଲା ବଳେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନଣରେ ଏହି ଅଗ୍ନିକାଣ୍ଡ ଘଟିଛି।
ସ୍କୁଲ ପରିସରରେ ନିଆଁରେ ପୋଡ଼ି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲା ବୋଲି କୁହାଯାଉଛି ।
ଫଳରେ ପିଲାମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇଥିଲା। ପିଲାମାନେ ଜଳିଯାଉଥିଲେ। ଖବର ପାଇଁ ବିଦ୍ୟାଳୟ ଶିକ୍ଷକମାନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ନିମନ୍ତେ ନେଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସପିଟାଲ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି ।
ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି। ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ରମାନେ ପୋଡ଼ିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେ ସଂକ୍ରାନ୍ତରେ ପ୍ରଧାନଶିକ୍ଷକ ଚନ୍ଦନ କଲକାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଘଟଣାସ୍ଥଳରେ ନଥିଲେ। ସେହି ସମୟରେ ବିଦ୍ୟାଳୟର ଅନ୍ୟ ଏକ ପରିସରରେ ପାଠ ପଢ଼ାଉଥିଲେ ।
ଖବର ପାଇଁ ମେଡିକାଲ ଆସିଥିବା କହିବା ସହ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ସଂକ୍ରାନ୍ତରେ ବିଦ୍ୟାଳୟ ଉପସ୍ଥିତ ଅନ୍ୟ ଶିକ୍ଷକମାନଙ୍କୁ ପଚାରି ବୁଝିବେ ବୋଲି ପ୍ରକାଶ କରିଛନ୍ତି।
📱 Get Argus News App
✨Related Topics
Explore more stories