ଭୁବନେଶ୍ବରରେ ପଛକୁ ପଛ ପଟି ହେଲା ୪ ଗାଡି
·1 year ago

Key Points
ରାଜମହଲରେ ପାର୍କିଂ ୨ଟି ଅଟୋ, ୨ଟି କାର୍କୁ ଧକ୍କା ଦେଲା କାର୍
ଏକ କ୍ବାଟର ଭିତରକୁ କାର୍ ଭର୍ତ୍ତି କରି ଫେରାର ଡ୍ରାଇଭର
ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ
ଡ୍ରାଇଭର ଜଣକ ମଦ୍ୟପାନ କରି କାର୍ ଚଲାଉଥିବା ଅଭିଯୋଗ
ରାଜଧାନୀରେ ସିରିଜ୍ ଦୁର୍ଘଟଣା । ରାଜମହଲ ରାସ୍ତାରେ ପାର୍କିଂ ହୋଇଥିବା ଦୁଇଟି ଅଟୋ ଏବଂ ଦୁଇଟି କାର୍କୁ ଧକ୍କା ଦେଇଛି ଅନ୍ୟ ଏକ କାର୍ । ଏହାସହ ବନ୍ଦ ଥିବା ଏକ କ୍ବାଟର ଭିତରକୁ ଗାଡ଼ି ଭର୍ତ୍ତି ଫେରାର୍ ହୋଇଯାଇଛି କାର୍ ଡ୍ରାଇଭର । ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଦୁର୍ଘଟଣା ଘଟାଇ ଥିବା କାର୍କୁ ମଧ୍ୟ ଜବତ କରି ତଦନ୍ତ କରୁଛି ପୋଲିସ । ଡ୍ରାଇଭର ଜଣକ ମଦ୍ୟପାନ କରି କାର୍ ଚଲାଉଥିବା ଜଣାପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: