ଅନ୍ଧାରରେ କୋଟିଆ ସୀମାନ୍ତ ଅଞ୍ଚଳର ୪ ଖଣ୍ଡ ଗାଁ

Key Points
ଡିବିରି ଆଲୁଅ ଓ ମହମବତୀରେ କଟୁଛି ଜୀବନ
ଅନ୍ଧାରରେ କୋଟିଆ ସୀମାନ୍ତ ଅଞ୍ଚଳର ୪ ଖଣ୍ଡ ଗାଁ
ବିଦ୍ୟୁତ ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ଲୋକେ
୨୪ ବର୍ଷର ସ୍ଥିର ସରକାର କରିପାରିଲେନି ସମସ୍ୟାର ସମାଧାନ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଂଚାୟତର ସୁଲିଆମାରି, କାଟ୍ରାଗୁଡା, ଗୁମେଲପଦର, ତଳକାଣ୍ଟି ପ୍ରଭୁତି ଚାରି ଖଣ୍ଡ ଗାଁର ଦୃଶ୍ୟ । ବିଦ୍ୟୁତ୍ ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ଡିବିରି ଆଲୁଅ ଓ ମହମବତୀ ଭରସାରେ ଚଳୁଛନ୍ତି । ଖାଲି ଦୈନନ୍ଦିନ ଜୀବନ ନୁହେଁ, ପିଲାଙ୍କ ପାଠପଢ଼ାରେ ବି ସୃଷ୍ଟି ହେଉଛି ବାଧା । ଏହି ଗ୍ରାମଗୁଡିକ ପାହାଡ଼ ପର୍ବତ ଚତୁର ପାର୍ଶ୍ୱରେ ଥିବା ହେତୁ ଶରୀସୃପ ଆଉ ସମେତ ବାଘ ଭାଲୁର ଭୟ ମଧ୍ୟ ରହୁଛି । ତେଣୁ ସନ୍ଧ୍ୟା ହେଲେ ଘର ଦୁଆରେ ପଡି ଯାଉଛି ତାଟି, କବାଟ ।
ବାରମ୍ବାର ଅଭିଯୋଗ ପରେ ନିରାଶ ହୋଇ ଗାଁରେ ବିଦ୍ୟୁତ୍ ସଂଯୋଗ ଆଉ ହେବ ନାହିଁ ଭାବି ସୋଲାର ଦ୍ଵାରା ବିଦ୍ୟୁତ ସଂଯୋଗ କରି 4 ରୁ 5 ବର୍ଷ ପର୍ଯ୍ୟନ୍ତ ଚଳିଲେ । ହେଲେ ପରବର୍ତ୍ତୀ ସମୟରେ ସେ ସବୁ ବି ଖରାପ ହୋଇଗଲା, ଆଉ କୌଣସି ଉପାୟ ନପାଇ ଜଙ୍ଗଲୀ ଭଳି ଜୀବନ କାଟୁଥିବା କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ଲୋକେ।
ଗାଁରେ ବିଦ୍ୟୁତ୍ ସଂଯୋଗ ପାଇଁ ଦୀର୍ଘ ୩୦ ବର୍ଷ ହେବ କରୁଛନ୍ତି ସଂଘର୍ଷ । ଗାଁରେ ବିଦ୍ୟୁତ୍ ସଂଯୋଗ ପାଇଁ ସରପଞ୍ଚଙ୍କ ଠୁ ଆରମ୍ଭ କରି ଜନପ୍ରତିନିଧି ଏବଂ ବିଦ୍ୟୁତ ବିଭାଗ ସମେତ ସରକାରୀ ବାବୁଙ୍କ ଦପ୍ତରକୁ ଦୌଡ଼ି ଦୌଡ଼ି ପାଦର ଚପଲ ସରିଗଲା କିନ୍ତୁ କୌଣସି ସୁଫଳ ମିଳିନଥିଲା ।
📱 Get Argus News App
✨କିନ୍ତୁ ଏହି ପାହାଡିଆ ଏବଂ ଜଙ୍ଗଲୀ ଗରିବ ଲୋକଙ୍କ ଦୁଃଖ କାହା କାନରେ ବାଜିଲା ନାହିଁ । ୨୪ ବର୍ଷର ବିଜେଡି ସରକାର ଗାଁକୁ ବିଦ୍ୟୁତ ସଂଯୋଗ କରିପାରିଲେ ନାହିଁ, କିନ୍ତୁ ବର୍ତ୍ତମାନର ବିଜେପି ସରକାରଙ୍କ ଉପରେ ଭରସା ରଖିଛନ୍ତି ଅଞ୍ଚଳବାସୀ l