Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ

Key Points

ନିର୍ମାଣାଧୀନ ପାଇଖାନା ଟାଙ୍କିର ଫ୍ଲସ ଖସି ୪ ଜଣଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମରେ ଘଟିଛି ଅଘଟଣ


ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁରେ ଅଘଟଣ । ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, ପଡ଼ାଲଗୁଡ଼ା ଗାଁରେ ପାଇଖାନା ଟାଙ୍କି ସଫା କରୁଥିଲେ ଶ୍ରମିକ । ଏହି ସମୟରେ ହଠାତ୍‌ ଶ୍ୱାସରୁଦ୍ଧ ହୋଇ କିଛି ଶ୍ରମିକ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।


ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ବାକି ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ପାଇଖାନା ଟାଙ୍କିରେ ସର୍ବମୋଟ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-workers-die-of-suffocation-while-cleaning-toilet-tank | Argus News