Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sangram Sarangi / ଅର୍ଗସ ଡିଜିଟାଲ ଏଡିଟର ସଂଗ୍ରାମ ଷଡ଼ଙ୍ଗୀଙ୍କୁ ମିଳିଲା ଚତୁର୍ଥ ସ୍ତମ୍ଭ ଜର୍ଣ୍ଣାଲିଷ୍ଟ ଆଇକନ ସମ୍ମାନ

Ritu Das
Browse all articles by Ritu Das
·8 months ago·3 min read
ଅର୍ଗସ ଡିଜିଟାଲ ଏଡିଟର ସଂଗ୍ରାମ ଷଡ଼ଙ୍ଗୀଙ୍କୁ ମିଳିଲା ଚତୁର୍ଥ ସ୍ତମ୍ଭ ଜର୍ଣ୍ଣାଲିଷ୍ଟ ଆଇକନ ସମ୍ମାନ

Key Points

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିସନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅନୁଷ୍ଠିତ ।
ଅର୍ଗସ ଡିଜିଟାଲ ଏଡିଟର ସଂଗ୍ରାମ ଷଡ଼ଙ୍ଗୀଙ୍କୁ 'ଚତୁର୍ଥ ସ୍ତମ୍ଭ ଜର୍ଣ୍ଣାଲିଷ୍ଟ ଆଇକନ୍' ସମ୍ମାନ ।

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିସନ ପକ୍ଷରୁ ତାଳଚେରାରେ ଜାତୀୟ ପ୍ରେସ୍ ଦିବସ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଦାସ ବେନହୁର, ସ୍ୱତନ୍ତ୍ର ଅତିଥି ଭାବେ ବଡ଼ ଖବରର ଏଡିଟର ଅର୍ଦ୍ଧେନ୍ଦୁ ଦାସ, ସମ୍ମାନୀତ ଅତିଥି ଭାବେ ଅର୍ଗସ ଡିଜିଟାଲର ଏଡିଟର ସଂଗ୍ରାମ ଷଡ଼ଙ୍ଗୀ ଏବଂ ପ୍ରମେୟ ନ୍ୟୁଜ ୭ର ଆସୋସିଏଟ ଏଡିଟର ଇତିଶ୍ରୀ ନାୟକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ଅର୍ଗସ ଡିଜିଟାଲର ଏଡିଟର ତଥା ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀଙ୍କୁ 'ଚତୁର୍ଥ ସ୍ତମ୍ଭ ଜର୍ଣ୍ଣାଲିଷ୍ଟ ଆଇକନ୍' ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କ ଗୋଟିଚାଳନାରେ ବିଜେପିକୁ ମିଳିଲା ବିହାରରେ ବିରାଟ ବିଜୟ


ସଂଗ୍ରାମ ଷଡ଼ଙ୍ଗୀ: ସାମ୍ବାଦିକତା ଏକ ସାଧନା

ଗଣମାଧ୍ୟମ ହେଉଛି ସମାଜର ଜାଗ୍ରତ ପ୍ରହରୀ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ ଓ ଏକ ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ, ବର୍ତ୍ତମାନ ସମୟରେ AIର ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ପକ୍ଷ ରଖିଥିଲେ । ପ୍ରଥମେ ସେ ତାଳଚେର ଏବଂ ମା' ହିଙ୍ଗୁଳାଙ୍କ ମାଟିରେ ପାଦ ରଖି ନିଜକୁ ଭାଗ୍ୟବାନ ବୋଲି କହିଥିଲେ । ତାପରେ କହିଥିଲେ, 'ସାମ୍ବାଦିକତା ଏକ ସହଜ କାମ ନୁହେଁ, ସାମ୍ବାଦିକ ହେବା ପାଇଁ ସାଧନା ଦରକାର । ସମୟ ଅନୁସାରେ ମଣିଷ ମଧ୍ୟରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ' ।

ଅନ୍ୟପଟେ ଶ୍ରୀ ଷଡ଼ଙ୍ଗୀ AI ସପକ୍ଷରେ ନିଜ ଯୁକ୍ତି ରଖିଛନ୍ତି । ସେ କହିଛନ୍ତି, 'ଏବେ AIର ଜମାନା, କିନ୍ତୁ AI ମଣିଷ ସମାଜକୁ ଧ୍ୱଂସ କରିଦେବ ବୋଲି ଏଲନ୍‌ ମସ୍କଙ୍କ ଭଳି ବ୍ୟକ୍ତିତ୍ୱ କହିସାରିଲେଣି । ହେଲେ ବର୍ତ୍ତମାନ ଅନେକ କ୍ଷେତ୍ରରେ AIର ବିଭିନ୍ନ ସକରାତ୍ମକ ବ୍ୟବହାର ଦେଖିବାକୁ ମିଳୁଛି । ଯେମିତିକି ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଏହା ଧିରେ ଧିରେ ପ୍ରତିଫଳିତ ହେଲାଣି । AI ଦ୍ୱାରା ସ୍କ୍ରିପ୍ଟିଂ‍, ଭିଡିଓ ଏଡିଟିଂ, ଗ୍ରାଫିକ୍ସ ମଧ୍ୟ କରାଯାଉଛି । ଯାହାଫଳରେ କଣ୍ଟେଣ୍ଟ ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇପାରୁଛି । ତେବେ AI କୁ କିଏ କେମିତି ବ୍ୟବହାର କରୁଛି ତାହା ଗୁରୁତ୍ୱପୂର୍ଣ୍ଣ । ଯଦି ଗୋଟିଏ ଛୁରି ଜଣେ ଡାକ୍ତର ହାତରେ ରହୁଛି, ତେବେ ତାହା ଜଣଙ୍କର ଜୀବନ ବଞ୍ଚାଉଛି । ସେହି ଛୁରି ଯଦି ଜଣେ ଖୁନି ମଣିଷ ପାଖରେ ରହୁଛି ତେବେ ତାହା ଜଣକର ଜୀବନ ନେଉଛି । ଠିକ୍ ସେମିତି ଜଣେ ସାଧାରଣ ମଣିଷ ପାଖରେ ଯଦି ଛୁରି ଆସେ, ତେବେ ସେଥିରେ ସେ ପରିବା କାଟେ । AI ମଧ୍ୟ ଠିକ୍‌ ସେମିତି । କିଏ କେମିତି ଏହାକୁ ବ୍ୟବହାର କରୁଛି ତାହା ଗୁରୁତ୍ୱପୂର୍ଣ୍ଣ' ।

AI ଯୋଗୁଁ ଚାକିରି ବୃଦ୍ଧି ପାଇବ

AI ଯୋଗୁଁ ଅନେକ ଚାକିରି ଚାଲିଯିବ ବୋଲି ସାରା ବିଶ୍ୱରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି । ହେଲେ ଶ୍ରୀ ଷଡ଼ଙ୍ଗୀ ଏହି ଚର୍ଚ୍ଚାକୁ ଅନ୍ୟ ଦିଗ ଦେଇଛନ୍ତି । ସେ କହିଛନ୍ତି, 'AI ୮.୫ ମିଲିଅନ ଚାକିରି ସରିଯିବ ବୋଲି କୁହାଯାଉଥିବା ବେଳେ, ସେଇ AI ୯.୭ ମିଲିଅନ ଚାକିରି ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ବିଶେଷଜ୍ଞମାନେ ପରିସଂଖ୍ୟାନ ବାହାର କରିସାରିଛନ୍ତି । ତେଣୁ ଆମକୁ ସମୟ ସହିତ ତାଳ ଦେଇ ଚାଲିବାର ଅଛି, ନହେଲେ ଆମେ ପଛରେ ରହିଯିବା । କିଛି ବର୍ଷ ମଧ୍ୟରେ AI ଜ୍ଞାନ ସବୁ କ୍ଷେତ୍ରରେ ନିହାତି ଜରୁରୀ । ନୂଆ ଟେକ୍ନୋଲୋଜିକୁ ସାକାରାତ୍ମକ ଭାବେ ଗ୍ରହଣ କରିବାକୁ ହେବ । ଦିନ ଥିଲା ଏଇ ମଣିଷ ଶଗଡ଼ ଗାଡ଼ିରେ ଯାଉଥିଲା । ତାପରେ ସେ ମଟର ଗାଡ଼ି ବ୍ୟବହାର କଲା । ଠିକ୍ ସେମିତି ପୂର୍ବରୁ ଲୋକେ ଲ୍ୟାଣ୍ଡ ଫୋନ୍‌ ବ୍ୟବହାର କରୁଥିଲେ, ଏବେ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି । ଯେତେବେଳେ ବ୍ୟାଙ୍କରେ ATM ବ୍ୟବସ୍ଥା ଆସିଲା, ସେତେବେଳେ କୁହାଗଲା ବ୍ୟାଙ୍କ ଚାକିରି ରହିବନି । ବ୍ୟାଙ୍କରେ କର୍ମଚାରୀ କମିଯିବେ । କିନ୍ତୁ ଏବେ ସେଇ ବ୍ୟାଙ୍କ ବି ଅଛି କର୍ମଚାରୀ ବି ଅଛନ୍ତି । କିନ୍ତୁ କାମ ଶୀଘ୍ର ହେଉଛି । ATM ଯୋଗୁଁ ଆମକୁ ବ୍ୟାଙ୍କ ଯାଇ ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁନାହିଁ' ।

ଏହାସହ ପଢ଼ନ୍ତୁ:ଦିଲ୍ଲୀରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ଗୋଟିଏ ଦିନରେ ଦୁଇଟି ସମ୍ମାନ

ଶେଷରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, 'ଜୀବନରେ ଏମିତି ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ନଚେତ ଆମେ କେବେ ଆଗକୁ ବଢ଼ିପାରିବାନି । ଏଆଇକୁ ଜଣେ ମନୁଷ୍ୟ ହିଁ ପରିଚାଳିତ କରୁଛି। ଏବେ ଗଣମାଧ୍ୟମରେ ବହୁ କ୍ଷେତ୍ରରେ ଏଆଇ ସାହାଯ୍ୟ କରୁଛି। ସେଥିପାଇଁ AIକୁ ନ ଡରି କେବଳ ସକରାତ୍ମକ ଦିଗରେ ଏହାକୁ ବ୍ୟବହାର କରିବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sangram Sarangi Receives Fourth Pillar Journalist Icon Award | Argus News