ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ , ୩ ଠକ ଗିରଫ

Key Points
ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ ଘଟଣା
ସାଇବର ଥାନା ଦ୍ଵାରା ଧରାପଡିଲେ ତିନି ଠକ
ଗିରଫ ଠକ ସିଦ୍ଧାର୍ଥ ପୂଜାରୀ, ଅବିନଶ ସାହୁ ଓ ବିବେକ ସିଂ
ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ ଘଟଣା । ସାଇବର ଥାନା ଦ୍ଵାରା ଧରାପଡିଲେ ତିନି ଠକ । ତିନି ଠକ- ସିଦ୍ଧାର୍ଥ ପୂଜାରୀକୁ କୋରାପୁଟରୁ, ଅବିନଶ ସାହୁକୁ ଖୋର୍ଦ୍ଧାରୁ ଓ ବିବେକ ସିଂକୁ ଜୟପୁର ଟାଉନ ଥାନା ଅଞ୍ଚଳରୁ । ଗିରଫ କରିଛି ସାଇବର ଥାନା ପୋଲିସ । ଫେକ ୱେବସାଇଟ ତିଆରି କରି ଏଜେଣ୍ଟ ମାନଙ୍କୁ ଚାକିରି ଦେଇଥିଲେ । ବିଭିନ୍ନ ଲୋକଙ୍କୁ ଅଧିକ ଟଙ୍କା ଲୋଭ ଦେଖାଇ ଟଙ୍କା ଇନଭେଷ୍ଟମେଣ୍ଟ କରିବାକୁ କହୁଥିଲେ ।ଭୁବନେଶ୍ୱରର ସୌମ୍ୟ ନାମକ ବ୍ୟକ୍ତି ଫେକ୍ କମ୍ପାନୀର ଜାଲରେ ଫସି ଯାଇଥିଲେ । ଥାନାରେ ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ଦ୍ବାରା କିଛି ଟଙ୍କା ଫ୍ରିଜ୍ କରାଯାଇଥିବା ଜଣାପଡିଛି ।
ଅଭିଯୋଗକାରୀ ୧୦ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ ଠକେଇ ଘଟଣା ଜଣାପଡିଥିଲା । ବାର୍ଷିକ ୭ ପ୍ରତିଶତ ଲାଭ ଦେଖାଇ ଟଙ୍କା ଠକେଇ କରୁଥିଲେ ଠକ । ତେଣୁ ଏମିତି କାହାରି କଥାରେ ପଡନ୍ତୁ ନାହିଁ । ଠକେଇର ଯଦି ଶିକାର ହୋଇଛନ୍ତି ପୋଲିସ୍ ନିକଟରେ ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରେସମିଟ୍ କରି ସୂଚନା ଦେଉଛନ୍ତି ।