Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶୁଦ୍ଧ ପାନୀୟ ଜଳ ନାଁରେ ଠକେଇ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଶୁଦ୍ଧ ପାନୀୟ ଜଳ ନାଁରେ ଠକେଇ

ଅର୍ଗସ ବ୍ୟୁରୋ: ଜଳ ଜୀବନ ନା ଯନ୍ତ୍ରଣା ? ରାତି ପାହିଲେ ପାଣି ପାଇଁ ଚାଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । କନ୍ଧମାଳ ଦାରିଙ୍ଗବାଡି  ବ୍ଲକ୍ ସିମନବାଡ଼ି  ପଞ୍ଚାୟତ। ପଣ ପାହାଡ ଘେରା ଏହି ପଞ୍ଚାୟତର ଅନେକ ଗାଁରେ ଏବେବି ପାନୀୟ ଜଳ ଅପଞ୍ଚ। ଏହି ପଞ୍ଚାୟତର ସିମନବାଡ଼ି ଗାଁ ନିକଟରେ ବୋହି ଯାଇଛି ସାସାମାହା ନଦୀ । ନଦୀ କୂଳେରେ ବସୁଧା ଯୋଜନାରେ ଟାଙ୍କି ମଧ୍ୟ ନିର୍ମାଣ ହୋଇଛି।  ମାତ୍ର ପାଣି ପାଉ ନାହାନ୍ତି ଅଞ୍ଚଳବାସୀ। ପଞ୍ଚାୟତର ଯୋହନପଲ୍ଲୀ ,ଜୁଡ଼ାବାଡ଼ି,ଦଡ଼ିବାଡ଼ି ,କାରିପାଙ୍ଗା ଭଳି ଅନେକ ସାହି କୁ ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇ ପାରିନି। ଏମିତିକି ବସୁଧା ଟାଙ୍କି ଆଇକି ବି ସାହିକୁ ପାଇପ କନେକ୍ସନ ହୋଇ ପାରିନି। ଫଳରେ ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ସେଭଳି ଏ ହେଉଛି ଦନେକବାଡ଼ି ପଞ୍ଚାୟତର ସିରିପକାଲି ଗାଁ । ଗାଁରେ ସୋଲାର ପ୍ରକଳ୍ପ ପ୍ରାୟ ୮ମାସ ରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ହୋଇ ପଡିଛି। ଫଳରେ ଗାଁରେ ପାଣି ଯୋଗାଣ ହୋଇ ପାରୁନି। ଏପଟେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗାଁରେ ମାସକୁ  ଅଧା ଦିନ ପାଣି ଆସୁ ନଥିବା ବେଳେ ଯେଉଁ ଦିନ ପାଣି ଆସୁଛି ତାହାବି ବ୍ୟବହାର ଉପଯୋଗୀ ନୁହେଁ। ଏମିତିକି ଏହି ପାମଇରେ ଲୁଗାପଟା ଧୋଇଲେ ତାହା ନଷ୍ଟ ହେଇଯାଉଥିବା ଅଭିଯୋଗ ହୋଇଛି। 

ତେବେ  କେବଳ ଦାରିଙ୍ଗବାଡିର ଏହି ତିନି ପଞ୍ଚାୟତ ନୁହେଁ ଏହିଭଳି ଭାବେ ଜିଲ୍ଲା ର ସର୍ବ ବୃହତ ବ୍ଲକ ଦାରିଙ୍ଗବାଡିର ୨୫ ଗୋଟି ପଞ୍ଚାୟତ ରେ ଏଭଳି ସମସ୍ୟା ଲାଗି ରହିଛି ୨୫ବର୍ଷର  ଶାସନ କାଳରେ ବିଜେଡି କେବଳ ଘୋଷଣା କରି ଟାଙ୍କି କରିଦେଇ ଲୋକଙ୍କୁ ଭୁଆଁ ଭୁଲାଇଛନ୍ତି।  ଦୁର୍ଗମବାସୀଙ୍କୁ ଯୋଜନା ଧୋକା । ପ୍ରକଳ୍ପ ଅଛି ମାତ୍ର ଲୋକେ ପାଣି ମୁନ୍ଦେ ପାଇଁ ନାହିଁ ନଥିବା ସଂଙ୍ଘର୍ସ କରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored