Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସରକାରରେ ଶିକ୍ଷକ ନିଯୁକ୍ତିରେ ମାଳମାଳ ଜାଲିଆତି !

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେଡି ସରକାରରେ ଶିକ୍ଷକ ନିଯୁକ୍ତିରେ ମାଳମାଳ ଜାଲିଆତି !

ଅର୍ଗସ ବ୍ୟୁରୋ: ଖୋଲୁଛି ନକଲି ସାର୍ଟିଫିକେଟ ଗୁମର,ଫେକ୍ ସାର୍ଟିଫିକେଟଧାରୀଙ୍କୁ ଘାରିଲାଣି କାର୍ଯ୍ୟାନୁଷ୍ଠାନ ଡର। ବଲାଙ୍ଗିର, ବରଗଡ଼ ପରେ ଏବେ ପୁରୀ ଜିଲ୍ଲାରେ ସାମ୍ନାକୁ ଆସିଛି ଶିକ୍ଷକ ନିୁଯୁକ୍ତି ଜାଲିଆତି। ବିଜେଡି ସରକାରରେ ପିଲାଙ୍କ ଭବିଷ୍ୟତ ସହ ଚାଲିଥିଲା ସାଂଘାତିକ ଖେଳ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି ପୁରୀ ଜିଲ୍ଲାରେ ଫେକ୍ ସାର୍ଟିଫିକେଟରେ ଦିଆଯାଇଛି ବ୍ୟାପକ ନିଯୁକ୍ତି। ପୁରୀ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି ଫେକ୍ ସାର୍ଟିଫିକେଟ୍ ବଳରେ ନିଯୁକ୍ତି ପାଇଥିବା ମାଳମାଳ ଶିକ୍ଷକ। ଏନେଇ  ବାରମ୍ବାର ଅଭିଯୋଗ ସତ୍ତ୍ବେ ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ

ପୂର୍ବରୁ କିପରି ବରଗଡ଼ ଜିଲ୍ଲାରେ  ଶିକ୍ଷକ ନିଯୁକ୍ତିରେ ହୋଇଛି ବ୍ୟାପକ ଜାଲିଆତି ବୋଲି ଖବର ପ୍ରକାଶ ପାଇଥିଲା। ଏହାପରେ ନକଲି ଶିକ୍ଷକଙ୍କ ମଧ୍ୟରେ ଖେଳିଯାଇଛି ହଇଚଇ।  ବରପାଲି ବ୍ଲକ ଧୀରପୁର ଗାଁର ରୋହିତ କୁମାର ଭୋଇ, ଆନ୍ନାମଲାଇ ୟୁନିଭର୍ସିଟି ନାଁରେ ନକଲି ବିଇଡି ସାର୍ଟିଫିକେଟ ଦେଇ ହାତେଇଛନ୍ତି ଚାକିରି । ଏବେ ଗୁମର ଖୋଲିବା ପରେ ଅସୁସ୍ଥତା ଦର୍ଶାଇ ଛୁଟିରେ ଯାଇଛନ୍ତି। ଆଉ ଇଏ ହେଉଛି ତାଙ୍କ ଛୁଟି ଦରଖାସ୍ତ। ସେହିପରି ଭେଡେନ ବ୍ଲକ ବରମକେଲାର ମିଲନ କୁମ୍ଭାର, ବରପାଲି ବ୍ଲକର ଏକ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ସିଏ ମଧ୍ୟ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାର ଅଭିଯୋଗ ରହିଛି। ସବୁଠୁ ବଡ଼ କଥା ହେଉଛି ଅର୍ଗସରେ ଖବର ପ୍ରସାରଣ ପରେ ମିଲନ ଚାକିରିରୁ ଇସ୍ତଫା ଦେଇ ଖସିଯିବାକୁ ଉଦ୍ୟମ କରୁଥିଲେ କରୁଥିବା ଜାଣିବାକୁ ମିଳିଛି। 

ଖାଲି ବରଗଡ଼ ନୁହେଁ ଦିନେ ଫେକ ସାର୍ଟିଫିକେଟଧାରୀଙ୍କ ହବ୍ ପାଲଟିଥିବା ବଲାଙ୍ଗିରରେ ବି ପୁଣି ଧରାପଡିଲେଣି ନକଲି ଶିକ୍ଷକ।  ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଲୋକାପଡା ହାଇସ୍କୁଲର ଖେଳ ଶିକ୍ଷକଙ୍କ ସାର୍ଟିଫିକେଟକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ସେ ଦ୍ବାଦଶ ସାର୍ଟିଫିକେଟ ଦାଖଲ ନକରି ଚାକିରି କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଏପଟେ ସ୍କୁଲର ପ୍ରଧାନଶିକ୍ଷକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fraud in the recruitment of teachers in the government of BJD! | Argus News