ହଂସିତା ଓ ଅନିଲଙ୍କ ଲାଗି ବଢ଼ିଲା ଅଡ଼ୁଆ, ମାନବ ଚାଲାଣ ଓ IT ଆକ୍ଟରେ ରୁଜୁ ହେଲା ମାମଲା

Key Points
ଆସୁଛି ନୂଆ ନୂଆ ତଥ୍ୟ
ଖୋଲିବାରେ ଲାଗିଛି କାରାନାମା
ବଡ଼ବଡ଼ିଆଙ୍କୁ ଏସ୍କଟ ସର୍ଭିସ୍ ଯୋଗାଉ ଥିଲେ ହଂସିତା ଓ ଅନିଲ
ଭୁବନେଶ୍ଵର: ଖୋଲୁଛି ଗୁମର, ହଟୁଛି ପରଦା । ହଂସିତା ଓ ଅନିଲଙ୍କ କାରନାମାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ରାଜଧାନୀରୁ ହାଇ ପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଏବଂ ଅନିଲ ମହାନ୍ତି ଗିରଫ ପରେ ଖୋଲିବାରେ ଲାଗିଛି ସେମାନଙ୍କ କାରାନାମା । ଏବେ ସାମ୍ନାକୁ ଆସିଛି ସାଂଘାତିକ ସତ । ବଡ଼ବଡ଼ିଆଙ୍କୁ ହଂସିତା ଓ ଅନିଲ ଏସ୍କଟ ସର୍ଭିସ୍ ଯୋଗାଉ ଥିଲେ । ଯାହାର ପ୍ରମାଣ ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଲାଗିଥିବା ଜଣାପଡ଼ିଛି ।
ବଡ଼ବଡ଼ିଆଙ୍କ ଠାରୁ ବିଭିନ୍ନ କାମ ହାତେଇବା ଲାଗି ହଂସିତା ଓ ଅନିଲ ରଷିଆନ ଯୁବତୀ ଗିଫ୍ଟ ଦେଉଥିବା ଜଣାପଡ଼ିଛି । ହଂସିତା ଓ ଅନିଲଙ୍କ ମୋବାଇଲରୁ ଏସବୁର ପ୍ରମାଣ ପାଇଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଉଭୟଙ୍କ ମୋବାଇଲ୍ ଯାଞ୍ଚ ବେଳେ ତଦନ୍ତକାରୀ ସଂସ୍ଥା ହାତରେ ଅନେକ ରଷିଆନ୍ ଯୁବତୀଙ୍କ ଫଟୋ ସହ ଅନେକ ଏସ୍କର୍ଟ ଏଜେନ୍ସିଙ୍କ ତଥ୍ୟ ଲାଗିଛି ।
📱 Get Argus News App
✨ଯାହାକୁ ଆଧାର କରି ଇନଫୋସିଟି ଥାନା ପୋଲିସ ଅନିଲ ଓ ହଂସିତାଙ୍କ ନାଁରେ ମାନବ ଚାଲାଣ ଏବଂ IT ଆକ୍ଟରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଅନିଲ ହଂସିତା ସେପଟେ କେଉଁ ବଡ଼ବଡ଼ିଆଙ୍କୁ ଯୋଗାଉଥିଲେ ରଷିଆନ୍ ଯୁବତୀ ? ସ୍ପେଶାଲ୍ କ୍ରାଇମ ୟୁନିଟ୍ ହାତରେ ତଥ୍ୟ ଲାଗିବା ପରେ ଏବେ ବଡ଼ବଡ଼ିଆଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ଆଗକୁ ଅନିଲ, ହଂସିତାଙ୍କ ଲିଙ୍କ୍ରେ ଥିବା ବଡ଼ବଡ଼ିଆଙ୍କୁ ଜେରା କରିବାକୁ ଡାକି ପାରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ।