Free Bus Service For NEET Candidate / ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା,ଆଡମିଟ୍ କାର୍ଡ ଦେଖାଇଲେ ମିଳିବ ସୁବିଧା
·3 months ago·2 min read

Key Points
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍
ଆଡମିଟ୍ କାର୍ଡ ଦେଖାଇଲେ ମିଳିବ ସୁବିଧା
ଆସନ୍ତା ୨୧ ଜୁନରେ ହେବ ନିଟ୍ ପରୀକ୍ଷା
ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍
ଆଡମିଟ୍ କାର୍ଡ ଦେଖାଇଲେ ମିଳିବ ସୁବିଧା
ଆସନ୍ତା ୨୧ ଜୁନରେ ହେବ ନିଟ୍ ପରୀକ୍ଷା
ଭୁବନେଶ୍ଵର,୧୨/୬ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆସନ୍ତା ୨୧ ଜୁନରେ ହେବାକୁ ଥିବା ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷାରେ ଯୋଗଦେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଆଦେଶ ଜାରି କରାଯାଇଛି।
ସୂଚନାନୁସାରେ, NTA ଦ୍ୱାରା ୨୧ ଜୁନରେ ଆୟୋଜିତ ହେବାକୁ ଥିବା ନିଟ୍ (ୟୁଜି) ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖିବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସହାୟତା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସହଜରେ ପହଞ୍ଚିବା ପାଇଁ ଏହି ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।
ପଢନ୍ତୁ ଏହି ଖବର: ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ
ବିଭାଗୀୟ ଆଦେଶ ଅନୁଯାୟୀ, ପରୀକ୍ଷାର୍ଥୀମାନେ କେବଳ ନିଜର ବୈଧ ନିଟ୍ ଆଡମିଟ୍ କାର୍ଡ ଦେଖାଇ ଓଏସ୍ଆର୍ଟିସି ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି), ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ), ଜିଲ୍ଲା ପ୍ରଶାସନ, କ୍ରୁଟ୍ ଓ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ଏହି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି। ବିଭାଗ ଏହି ନିର୍ଦ୍ଦେଶକୁ ‘ସର୍ବାଧିକ ଜରୁରୀ’ ଭାବେ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନ୍ବୟନ ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।
ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ NEET (UG) ୨୦୨୬ ପୁନଃ ପରୀକ୍ଷା (Re-Examination) ଆସନ୍ତା ୨୧ ଜୁନ୍ ୨୦୨୬ ରବିବାର ଦିନ ଦ୍ୱିପ୍ରହର ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ରାଜ୍ୟ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ପୂର୍ବରୁ ନିଯୁକ୍ତ ହୋଇଥିବା ପ୍ରିନ୍ସିପାଲ୍, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଓ ପରୀକ୍ଷା ସମ୍ବନ୍ଧୀୟ ଦାୟିତ୍ୱରେ ରହିବେ। ସମ୍ବନ୍ଧିତ କର୍ମଚାରୀଙ୍କୁ ୧୯ ଜୁନ୍ ସୁଦ୍ଧା ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ୨୦ ଜୁନ୍ରେ ହେବାକୁ ଥିବା ମକ୍ ଡ୍ରିଲ୍ରେ ଯୋଗଦେବାକୁ କୁହାଯାଇଛି। ପରୀକ୍ଷା ଦିନ ସମସ୍ତ ଦାୟିତ୍ୱ ଓ ଔପଚାରିକତା ସମାପ୍ତ ହେବା ପର୍ଯ୍ୟନ୍ତ କର୍ମଚାରୀମାନେ ଉପସ୍ଥିତ ରହିବେ

Related Topics
Explore more stories