Videos
|
Odisha

Cervical cancer vaccine / ମାଗଣାରେ ମିଳିବ ସର୍ଭିକାଲ କ୍ୟାନ୍ସର ଟୀକା,ଆସନ୍ତା 28ରୁ ମିଳିବ ଟୀକା

Bikash Mohanty
Browse all articles by Bikash Mohanty
·6 months ago·2 min read
ମାଗଣାରେ ମିଳିବ ସର୍ଭିକାଲ କ୍ୟାନ୍ସର ଟୀକା,ଆସନ୍ତା  28ରୁ ମିଳିବ ଟୀକା
Cervical Cancer

Key Points

ମାଗଣାରେ ମିଳିବ ସର୍ଭିକାଲି କ୍ୟାନ୍ସର ଟୀକା
ଆସନ୍ତା 28 ତାରିଖରୁ ମିଳିବ ଟୀକା
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୁଚନା
ଏଥର କିଶୋରୀଙ୍କୁ ମାଗଣାରେ ମିଳିବ ସର୍ଭିକାଲି କ୍ୟାନ୍ସର ଟୀକା। ସାରା ଦେଶରେ ଆସନ୍ତା ଫେବୃଆରୀ 28 ତାରିଖରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। 14 ବର୍ଷ ଯାଏଁ ଝିଅଙ୍କୁ ସିଂଗିଲ ଡୋଜ, 14 ରୁ ବାହାଘର ପର୍ଯ୍ୟନ୍ତ ତିନୋଟି ଡୋଜ ଦିଆଯିବ। ଭାରତ ସରକାର ଏ ନେଇ ଗାଇଡଲାଇନ ଆଣିଛନ୍ତି। 2026-27 ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଏଥିରେ 311 କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
HPV ଟୀକା ସରଭାଇକାଲ କ୍ୟାନ୍ସର ପ୍ରତିରୋଧ ପାଇଁ ଦିଆଯିବ। ପୂର୍ବରୁ ଏହା ଘରୋଇ ହସ୍ପିଟାଲରେ ମିଳୁଥିଲା। ଏବେ ମାଗଣାରେ ସରକାରୀ ହସ୍ପିଟାଲରେ ମିଳିବ। ଏହାକୁ ଆସନ୍ତା ଫେବୃଆରୀ 28 ରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଶକ୍ତି ମିଶ୍ର। ଏହି ଟିକା 14 ବର୍ଷ କିଶୋରୀଙ୍କୁ ଦିଆଯିବ। ଯେଉଁ ସରକାରୀ ହସ୍ପିଟାଲରେ କୋଲଡ଼ ଚେନ ଅଛି, ସେଠାରେ ଏହା ମିଳିବ। ମହିଳା ଜନସଂଖ୍ୟାର 1% ଙ୍କୁ ଦିଆଯିବ। ପର୍ଯ୍ୟାୟକ୍ରମେ 40 ବର୍ଷ ଯାଏଁ ସବୁ ମହିଳାଙ୍କୁ ଦିଆଯିବ 14 ବର୍ଷରୁ ଗର୍ଭଧାରଣ କ୍ଷମତା ଥିବାରୁ, ଏହା ଦିଆଯିବ। ଏହା ପ୍ରାଥମିକ ଭାବେ ତିନି ମାସ ଯାଏଁ ଦିଆଯିବ। ତା ପରେ ପର୍ଯ୍ୟାୟକ୍ରମେ ଦିଆଯିବ। ଏହାର କିଛି ପାର୍ଶ୍ଵପ୍ରତିକ୍ରିୟା ନାହିଁ। ଓଡ଼ିଶାରେ 2.5 ଲକ୍ଷ ମହିଳାଙ୍କୁ ଦିଆଯିବ ଏହି ଟିକା। ଏବେ ଏହି ଟିକା ସବୁ ଜିଲ୍ଲାକୁ ଦିଆ ସରିଲାଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ସର୍ଭାଇକାଲ କ୍ୟାନ୍ସର (ଗର୍ଭାଶୟ ମୁଖ କ୍ୟାନ୍ସର) ମହିଳାମାନଙ୍କ ମଧ୍ୟରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଏକ କ୍ୟାନ୍ସର ରୋଗ। ଏହା ଗର୍ଭାଶୟର ତଳ ଅଂଶ ଅର୍ଥାତ୍‌ ସର୍ଭିକ୍ସ‌ରେ ଆରମ୍ଭ ହୁଏ। ପ୍ରଧାନତଃ ହ୍ୟୁମାନ ପାପିଲୋମା ଭାଇରସ୍‌ (HPV) ସଂକ୍ରମଣ ଏହାର ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ, ଅପରିଷ୍କାର ଜୀବନଶୈଳୀ, ଧୂମ୍ରପାନ ଏବଂ ଅଳ୍ପ ବୟସରେ ବିବାହ ଏହି ରୋଗର ମୁଖ୍ୟକାରଣ।

ସର୍ଭାଇକାଲ କ୍ୟାନ୍ସରର ଆରମ୍ଭିକ ଅବସ୍ଥାରେ ସାଧାରଣତଃ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ରୋଗ ଗୁରୁତର ହେଲେ ଅସାମାନ୍ୟ ରକ୍ତସ୍ରାବ, ଯୌନ ସମ୍ପର୍କ ପରେ ରକ୍ତସ୍ରାବ, ଦୀର୍ଘ ସମୟ ଧରି ପାଣିଯୁକ୍ତ ବା ଦୁର୍ଗନ୍ଧ ଯୁକ୍ତ ସ୍ରାବ, ପେଟ ଓ କମର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇପାରେ। ଏହିପରି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ପାପ୍ ସ୍ମିୟାର ଟେଷ୍ଟ ଓ HPV ଟେଷ୍ଟ ମାଧ୍ୟମରେ ଏହି କ୍ୟାନ୍ସରକୁ ପ୍ରାରମ୍ଭରୁ ଚିହ୍ନଟ କରାଯାଇପାରେ। ସମୟମତେ ପରୀକ୍ଷା କରାଇଲେ ଏହାକୁ ସଫଳତାର ସହିତ ଚିକିତ୍ସା କରିହେବ। ଟୀକାକରଣ ମଧ୍ୟ ଏହି ରୋଗ ପ୍ରତିରୋଧରେ ଦାରୁଣ ଭୂମିକା ନିଭାଏ। କିଶୋରୀ ଓ ଯୁବତୀମାନଙ୍କୁ HPV ଟୀକା ଦିଆଯାଇଲେ ସର୍ଭାଇକାଲ କ୍ୟାନ୍ସରର ଝୁମକି ଅନେକ ହାରେ କମିଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଚେତନତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷିତ ଜୀବନଶୈଳୀ ଅନୁସରଣ କଲେ ସର୍ଭାଇକାଲ କ୍ୟାନ୍ସରକୁ ରୋକାଯାଇପାରେ। ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଲଜ୍ଜାକୁ ପଛକୁ ରଖି ସମୟରେ ଚିକିତ୍ସା ନେବା ଅତ୍ୟାବଶ୍ୟକ।