ଆଜି ଶାମ୍ବ ଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଅନୁମତି
·1 year ago

ଅର୍ଗସ ବ୍ୟୁରୋ: ଆଜି ଶାମ୍ବ ଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଅନୁମତି । ପବିତ୍ର ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକମାନଙ୍କ ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ ମସିହା ଠାରୁ ଏଏସଆଇ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲ ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସ ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଉଛି। ଏହି ଅବସରରେ ଓଡିଶା ତଥା ଓଡ଼ିଶା ବାହାରର ପର୍ଯ୍ୟଟକ, ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ବିନା ପ୍ରବେଶ ଶ୍ଲୁକରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: