ରାଜଧାନୀ ରାସ୍ତାକଡ଼ରେ ଜମୁଛି ତରଭୁଜର ଆସର

ରାଜଧାନୀ ରାସ୍ତାକଡ଼ରେ ତରଭୁଜର ଆସର । ପ୍ରଚଣ୍ଡ ତାତିରୁ ତ୍ରାହି ପାଇଁ ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି ତରଭୁଜ । ସେଥିପାଇଁ କାମ ସାରି ଘରକୁ ଗଲାବେଳେ ସାଙ୍ଗରେ ନେଇ ଯାଉଛନ୍ତି ତରଭୁଜ ।
ଏବେ ବଜାରରେ ଦେଶୀ ତରଭୁଜ ସହ ଚିତ୍ରା ତରଭୁଜର ବି ଡିମାଣ୍ଡ ବଢିଛି । ମହାରାଷ୍ଟ୍ରରୁ ଆମଦାନୀ ଚିତ୍ରା ତରଭୁଜର ଦାମ ୩୦ଟଙ୍କା ରହିଥିବାବେଳେ ଦେଶୀ ତରଭୁଜର ଦାମ୍ ରହିଛି ୨୫ ଟଙ୍କା । ଯାଜପୁର, ଢେଙ୍କାନାଳ ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଟ୍ରକ ଯୋଗେ ଟ୍ରିପ୍ ଟ୍ରିପ୍ ତରଭୁଜ ଅଣାଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳୁଛି ।
📱 Get Argus News App
✨ଏପ୍ରିଲ ଆରମ୍ଭରୁ ଡରାଇଲାଣି ଗ୍ରୀଷ୍ମ ପ୍ରବାହ । ପାରଦ ୪୦ଡିଗ୍ରୀ ଡେଇଁଲାଣି । ତାତିରେ ଆଉଟୁପାଉଟୁ ହେଲେଣି ରାଜଧାନୀବାସୀ । ହିଟ୍ ଓ୍ଵେଭକୁ ମାତ ଦେବାକୁ ରାସ୍ତା ଘାଟରେ ଲସି ଦୋକାନ ସାଙ୍ଗକୁ ଜଳଛତ୍ର ମଧ୍ୟ ଖୋଲାଗଲାଣି । ଏସବୁ ଭିତରେ ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ପସନ୍ଦ ପାଲଟିଛି ତରଭୁଜ । ବାଇକ୍ ହେଉ କି କାର୍ ଚାଳକ ରାସ୍ତା କଡ଼ରେ ଗାଡି ସାଇଡ କରି ତରଭୁଜ ବୋହି ନେଉଛନ୍ତି । ତରଭୁଜରେ ୯୨ ପ୍ରତିଶତ ଅଂଶ ଜଳ ରହିଥାଏ । ଏହା ଆମ ଶରୀରରେ ଜଳୀୟଅଂଶକୁ କମ କରିବାକୁ ଦେଇ ନଥାଏ । ତରଭୁଜ ଖାଇବା ଦ୍ଵାରା ଦେହରେ ଜଳୀୟ ଅଂଶର ମାତ୍ରା ବଢିବା ସହ ଅନ୍ୟାନ୍ୟ ଲାଭ ମଧ୍ୟ ମିଳିଥାଏ।
ପୂର୍ବ କିଛି ବର୍ଷରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ବଢୁଛି ତରଭୁଜ ବ୍ୟବସାୟ ସଂଖ୍ୟା । ଅଳ୍ପ ଖର୍ଚ୍ଚରେ ଅମଳ ପରେ ବଜାରକୁ ଆଣି ଭଲ ଦୁଇ ପଇସା ରୋଜଗାର ହେଉଥିବା କହିଛନ୍ତି ରାସ୍ତାକଡ଼ର ତରଭୁଜ ବ୍ୟବସାୟୀ ।