Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝରିଗାଁରେ ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଝରିଗାଁରେ ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର

Key Points

ପ୍ରକୃତିର ରାଗ ଶାନ୍ତ ପାଇଁ ଇଏ କୁସୁମୀ ଗ୍ରାମବାସୀଙ୍କ ପ୍ରୟାସ। ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ବର୍ଷା ହେଉନି। ଯେଉଁଥି ପାଇଁ ବଢ଼ିଥିଲା ଚାଷୀଙ୍କ ଚିନ୍ତା।

ହୋମ ବେଦୀରେ ଦୀପ ଜଳୁଛି। ପୂଜା ଚାଲିଛି। ମାଦଳ ବାଜା ସାଙ୍ଗକୁ ହୁଳ ହୁଳିରେ କମ୍ପୁଛି ଗାଁ ଦାଣ୍ଡ। ହେଲେ ଇଏ କେଉଁ ସାଧାରଣ ବାହାଘର ନୁହେଁ। ପ୍ରକୃତିର ରାଗ ଶାନ୍ତ ପାଇଁ ଇଏ କୁସୁମୀ ଗ୍ରାମବାସୀଙ୍କ ପ୍ରୟାସ। ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ବର୍ଷା ହେଉନି। ଯେଉଁଥି ପାଇଁ ବଢ଼ିଥିଲା ଚାଷୀଙ୍କ ଚିନ୍ତା। ବିଲ ଫାଟି ଆଁ କଲାଣି। ଏମିତିରେ ଏ ବିପତ୍ତିରୁ ତ୍ରାହି ପାଇବାକୁ ଗ୍ରାମବାସୀ ଆପଣାଇଲେ ପୁରୁଣା ଆଦିବାସୀ ପରମ୍ପରା। ବେଙ୍ଗ ବେଙ୍ଗୁଲି ବିବାହ। ନବରଙ୍ଗପୁର ଜିଲ୍ଲା ଉପାନ୍ତ ଝରୀଗାଁ ବ୍ଲକ ଗୁରୁସିଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ କୁସୁମି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପାରମ୍ପରିକ ବେଙ୍ଗ ବେଙ୍ଗୁଲି ବାହାଘର। ଦୀର୍ଘ ସାତଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେଉଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ନିରୀହ ଆଦିବାସୀଙ୍କ ଏ ପ୍ରୟାସକୁ ସମ୍ମାନ ଜଣାଇଛି ପ୍ରକୃତି। ବିବାହର ତିନିଦିନରୁ ଏହି ଅଞ୍ଚଳରେ ଆରମ୍ଭ ହୋଇଯାଇଛି ବର୍ଷା। ଭିଜିଛି ମାଟି ଆଉ ଆଶ୍ବସ୍ତ ହୋଇଛି ଚାଷୀଙ୍କ ମନ।

ଆଦିବାସୀ ପରମ୍ପରା ଏକ ସୁନ୍ଦର ଅବଦାନ ଇଏ। ଯେଉଁଥିରେ କାହାର କିଛି କ୍ଷତି ହୁଏନି ବରଂ ବିଶ୍ବାସ ହୁଏ ସୁଦୃଢ। ଏହି ବାହାଘର ପାଇଁ ଦୁଇ ପକ୍ଷ ରହିଥାନ୍ତି। ଗୋଟିଏ ବର ପକ୍ଷ ଆଉ ଗୋଟିଏ କନ୍ୟା ପକ୍ଷ। ପ୍ରଥମେ ଗ୍ରାମବାସୀ ଏକାଠି ବସି ପାଞ୍ଜି ପୁସ୍ତକ ଦେଖି ବାହାରର ଲଗ୍ନ ନିର୍ଦ୍ଧାରଣ କରିଥିଲେ। ସେହି ଯୋଗ ଅନୁସାରେ ଗାଁ ଲୋକେ ବାଜା ବାଜଣା କରି ଅଞ୍ଚଳର ପବିତ୍ର ଭିମା କୁଣ୍ଡରୁ ପାଣି ଆଣି ପୂଜାପାଠ କରି ତିନୋଟି କଳସିରେ ପାଣି ଭରିଥିଲେ। ଗ୍ରାମର ମହିଳା ମାନେ ବେଙ୍ଗ ବେଙ୍ଗୁଲି ଚିହ୍ନଟ କରି ଦୁଇଟି କଳସରେ ଭରି ଗାଁକୁ ଆଣିଥିଲେ। ଯେଉଁ କଳସରେ ବେଙ୍ଗୁଲିକୁ ରଖାଯାଇଥିଲା ତାକୁ କନ୍ୟାପକ୍ଷ ନିଜ ଘରକୁ ନେଇଥିଲେ ଏବଂ ବେଙ୍ଗକୁ ନେଇ ବରପକ୍ଷ ଚାଲିଥିଲେ ନିଜ ଘରକୁ।


ଏଇଠୁ ଆରମ୍ଭ ହୋଇଥିଲେ ବିଧିବିଧାନ ଅନୁସାରେ ପୂଜାପାଠ ଓ ନାଚଗୀତ, 10 ତାରିଖ ରବିବାର ଦିନ ହୋଇଥିଲା ନିର୍ବନ୍ଧ, ଏବଂ ବିବାହ ରୀତିନୀତି ଅନୁସାରେ ପ୍ରତିଦିନ ବରପକ୍ଷ କନ୍ୟାପକ୍ଷ ଘରକୁ ଯାଇ ଏବଂ କନ୍ୟାପକ୍ଷ ବରପକ୍ଷ ଘରକୁ ଯାଇ ତେଲ ହଳଦୀ ପ୍ରଥା ପ୍ରତିଦିନ ସକାଳ ଏବଂ ଅପରାହ୍ନ ରେ ଅନୁଷ୍ଠିତ କରାଗଲା। ମନର କିଛି ସୁସ୍ଥ ବିଶ୍ବାସ ମଣିଷ ଭିତରେ ମଣିଷତ୍ବକୁ ବଞ୍ଚାଇ ରଖେ। କିଛି ବିଶ୍ବାସ ଯାହା ସଭିଙ୍କ ମଙ୍ଗଳ କରେ ସେଥିରେ କିଛି ଲୋକ ସ୍ବସ୍ବାର୍ଥ ଦୃଷ୍ଟିରୁ ଲଗାଇଥାନ୍ତି ଅନ୍ଧବିଶ୍ବାର ଦାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Frog marriage for rain in Jharigaon-Argus News | Argus News