Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରୁ ଗଞ୍ଜାମ,ଅସମ୍ଭାଳ ବିଜେଡି କଳି!

Sangram Tripathy
Browse all articles by Sangram Tripathy
·1 year ago·2 min read
ଭୁବନେଶ୍ବରରୁ ଗଞ୍ଜାମ,ଅସମ୍ଭାଳ ବିଜେଡି କଳି!

ଅର୍ଗସ ବ୍ୟୁରୋ:୨୪ ବର୍ଷର ସରକାର କ୍ଷମତାରୁ ଗଲା,ତଥାପି ତୁଟୁନି ବିଜେଡି କଳି,ସମୀକ୍ଷା କମ୍ ବିଜେଡିରେ କନ୍ଦଳ ବଢୁଛି ବେଶୀ। ସବୁ ଦେଖି ଚୁପ୍ ମାରୁଛନ୍ତି ଦଳର ସୁପ୍ରିମୋ। ଭୁବନେଶ୍ବରରୁ ଗଞ୍ଜାମ,ଅସମ୍ଭାଳ ହେଲାଣି ବିଜେଡି କଳି। କେବଳରେ ସେତିକିରେ କଥା ସରିନି ନବୀନଙ୍କ ଜନ୍ମ ଦିନରେ ବି ବିଜେଡି କଳି ଅଧିକ ଉଗ୍ର ହୋଇଥିବା ଦେଖିବାକୁ ମିଳିଛି,ଯାଜପୁର ପରେ ନବୀନଙ୍କ ଜନ୍ମ ଦିନରେ ଦୋହଲିଛି ଗଞ୍ଜାମ ବିଜେଡି ଶିବିର । ନବୀନଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇ ନିର୍ବାଚନ ପରାଜୟ ପଛରେ ଦଳୀୟ ନେତାଙ୍କ ଚକ୍ରାନ୍ତ ଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।

 ଲତିକା କହିଛନ୍ତି ବିଜେଡ଼ି  ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବିଭୀଷଣ ଭୂମିକା ନେଇଥିଲେ।  ଗତ ନିର୍ବାଚନ ରେ ବିଜେପି ସହ ସାଲିସ ହୋଇ କାମ କରୁଥିବା ଅଭିଯୋଗ କରିଛନ୍ତି। ଦଳର ସଭାପତି ଙ୍କୁ ଆଜି ଭେଟି ଆଲୋଚନା କରିଛି। ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ଭୟଙ୍କର ପରିସ୍ଥିତି ସ୍ରୁଷ୍ଟି ହେବ ବୋଲି କହି ପରୋକ୍ଷରେ ବିଷ ଓଗାଳିଛନ୍ତି। ତେବେ ଜିଲ୍ଲା ସଭାପତି କହିଛନ୍ତି ମୋତେ କେହି ଏ ବିଷୟରେ ଅବଗତ କରି ନାହାନ୍ତି । ବିଜେପି କହିଛି ବିଜେଡିର ଘର କଳି ଅସମ୍ଭାଳ । ସେଥିପାଇଁ ଏ ଅଭିଯୋଗ । ବିଜେପିକୁ କାହା ସାହାର୍ଯ୍ୟ ଆବଶ୍ୟକ ନାହିଁ  କହି ତେରଛାବାଣ ମାରିଛି ଦଳ। ଅନ୍ୟପଟେ ଲତିକା ପ୍ରଧାନଙ୍କ ବିସ୍ପୋରକ ବୟାନ ପରେ ନବୀନ ନିବାସରେ ଆସିକାରୁ ବିଜେଡିର ସାଂସଦ ପ୍ରାର୍ଥୀନି ରଞ୍ଜିତା ସାହୁଙ୍କୁ ଦେଖିବାକୁ ମିଳିଥିଲା।ଏପଟେ ଅମର ଓ ପ୍ରସନ୍ନଙ୍କୁ କାଉଣ୍ଟର କରିବାକୁ ଯାଇ ଦଳର ସ୍ଥିତି ପାଇଁ ନବୀନଙ୍କୁ ଦାୟୀ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି ପାଣ୍ଡିୟାନ ଆମ ନେତା ନୁହେଁ । ବିଜେଡି ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ । ଅନ୍ୟପଟେ ଦଳୀୟ ସଭାରେ ମଟନ ଚିକେନ ଖିଆ ବିଜେଡି ନେତାଙ୍କୁ ତାତ୍ସଲ୍ୟ କରିଛନ୍ତି ଦଳୀୟ ବିଧାୟକ ରମାକାନ୍ତ ଭୋଇ । ରମାକାନ୍ତ କହିଛନ୍ତି ବିଜେଡି କ୍ଷମତାରେ ଥିଲା ବେଳେ ଆମ ନେତାମାନେ ମଟନ ଚିକେନ ଖାଉଥିଲେ । ଏବେ କ୍ଷମତାରୁ ଦଳ ଗଲା ପରେ ଶାଗ ଭାତ ଖାଇବାକୁ ମିଳୁଛି । 

 ତେବେ ଦଳରେ ଏପରି ସ୍ଥିତି କୁ ନେଇ ଦଳର ବରିଷ୍ଠ ନେତା ସଂଜୟ ଦାସ ବର୍ମା କହିଛନ୍ତି ବିଜେଡି ଏକ ବଡ ଆଂଚଳିକ ଦଳ ।  ଆମ ଦଳରେ କିଛି ନେତାଙ୍କ ଭିତରେ ମତାନ୍ତର ରହିଥାଇ ପରେ କିନ୍ତୁ ଏହା କେବେ ମନାନ୍ତର ରେ ପରିଣତ ହେବ ନାହିଁ । ଦିନକୁ ଦିନ ବିଜେଡି କଳି ବଢୁଥିବା ଦଳର ସୁପ୍ରିମୋ ଏହାକୁ ମ୍ୟାନେଜ କରିବାକୁ ବିଫଳ ହେଉଛନ୍ତି,ଧିରେ ଧିରେ ନେତୃତ୍ୱ ଉପରୁ ନେତା ହରାଉଛନ୍ତି ଆସ୍ଥା,ଶାସନରେ ଥିବା ବେଳେ ନେତାଙ୍କ ମୁହଁ ବନ୍ଦ କରି ଶୃଙ୍ଖଳାର କଥା କହୁଥିବା ବିଜେଡି ଏବେ ବୋଲ ମନାଇବାରେ ବି ବିଫଳ ହେଉଛି । ଏତେ ସବୁ ପରେ ବି  ନବୀନଙ୍କ ପାଣ୍ଡିଆନ ପ୍ରେମ ବିଜେଡି ବୁଡ଼ିବାର ମୁଖ୍ୟ କାରଣ ହେବ ବୋଲି ବୁଦ୍ଧି ଯିବି ମହଲରେ ଜୋର ଧରିଛି ଚର୍ଚ୍ଚା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From Bhubaneswar to Ganjam, Asambhal BJD is among the leaders of the war | Argus News