Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଣିକି ଯେଉଁଠି ଥିଲେବି ସେଇଠୁ ଶ୍ରୀମନ୍ଦିର ହୁଣ୍ଡିକୁ କରିପାରିବେ ଦାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
 ଏଣିକି ଯେଉଁଠି ଥିଲେବି ସେଇଠୁ ଶ୍ରୀମନ୍ଦିର ହୁଣ୍ଡିକୁ କରିପାରିବେ ଦାନ

Key Points

୧୪ ଜୁନରେ ଚିଠି ନମ୍ବର ୯୧୭୬ ରେ ଏନେଇ ଉଲ୍ଲେଖ କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।
ଖୁବ୍‌ଶୀଘ୍ର ପୁରୀ ଜଗନ୍ନାଥ ମନ୍ଦିରର ଦାନ ପ୍ରକ୍ରିୟାକୁ ଆଧୁନିକୀକରଣ କରାଯିବ।
ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କଠାରୁ ଉତ୍ସାହଜନକ ସମର୍ଥନ ମିଳିଛି।

ଶ୍ରୀମନ୍ଦିରରେ ସ୍ଥାପିତ ହେବ ଇ-ହୁଣ୍ଡି ବା ଡିଜିଟାଲ ହୁଣ୍ଡି । ଆକ୍ସିସ୍ ବ୍ୟାଙ୍କ୍ ସହିତ ଲିଙ୍କ୍ ହେବ ହୁଣ୍ଡି । ଏନେଇ ଆଇନ ବିଭାଗକୁ ପତ୍ର ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ୧୪ ଜୁନରେ ଚିଠି ନମ୍ବର ୯୧୭୬ ରେ ଏନେଇ ଉଲ୍ଲେଖ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାର ଉତ୍ତର ରଖିଛି ଆଇନ ବିଭାଗ । ଅନଲାଇନ୍ ଦାନ ଗ୍ରହଣ ପାଇଁ ଆକ୍ସିସ୍ ବ୍ୟାଙ୍କକୁ ଇ-ହୁଣ୍ଡି ପ୍ଲାଟଫର୍ମ ସହିତ ଲିଙ୍କ୍ ସମ୍ପର୍କିତ ଚିଠି ଆଇନ ବିଭାଗର ରେକର୍ଡରେ ରଖାଯାଇଛି ବୋଲି ଚିଠିରେ ଲେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ।

ଖୁବ୍‌ଶୀଘ୍ର ପୁରୀ ଜଗନ୍ନାଥ ମନ୍ଦିରର ଦାନ ପ୍ରକ୍ରିୟାକୁ ଆଧୁନିକୀକରଣ କରାଯିବ। ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଯାହାକି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କଠାରୁ ଉତ୍ସାହଜନକ ସମର୍ଥନ ମିଳିଛି। ସମର୍ପଣ କାର୍ଯ୍ୟକ୍ରମରେ ଅନ୍‌ଲାଇନ ଦାନ ପ୍ରକ୍ରିୟାକୁ ସୁଗମ ଓ ସରଳ କରିବାର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଭକ୍ତମାନେ ଯେକୌଣସି ସ୍ଥାନରୁ ମନ୍ଦିର ପାଇଁ ଦାନ କରିପାରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ, ରାଜ୍ୟ ଭିତରେ ଓ ବାହାରେ ଥିବା ବ୍ୟାଙ୍କଗୁଡ଼ିକରେ ପୃଥକ ଡିଜିଟାଲ ହୁଣ୍ଡି ସ୍ଥାପନ କରାଯିବ। ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ(UPI) ମାଧ୍ୟମରେ ଅନ୍‌ଲାଇନ ଦାନ କରାଯାଇପାରିବ।

ବିଭିନ୍ନ ବ୍ୟାଙ୍କର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(CMD)ଙ୍କ ସହ ଡିଜିଟାଲ ହୁଣ୍ଡି ଆରମ୍ଭ କରିବା ପାଇଁ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଭକ୍ତମାନେ QR କୋଡ ସ୍କାନ କରି ସିଧାସଳଖ ଜଗନ୍ନାଥ ମନ୍ଦିରର ଖାତାକୁ ନିଜର ଦାନ ପ୍ରଦାନ କରିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From now on, wherever People may be donate to the Hundi of the temple. | Argus News