Videos
|
Odisha

ପିଲା ଶିଖିବେ Zero Waste Management

Smruti Parija
Browse all articles by Smruti Parija
·1 year ago·1 min read
ପିଲା ଶିଖିବେ Zero Waste Management

Key Points

ଏଣିକି ସ୍କୁଲକୁ ଯିବନି ଅଳିଆ ଗାଡ଼ି । ପିଲା ଶିଖିବେ ଜିରୋ ୱେଷ୍ଟ୍ ମ୍ୟାନେଜମେଣ୍ଟ୍ । ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ଏକ ଅଭିଯାନ ଆରମ୍ଭ କରିଛି ।

ଭୁବନେଶ୍ୱର: ଏଣିକି ସ୍କୁଲକୁ ଯିବନି ଅଳିଆ ଗାଡ଼ି । ପିଲା ଶିଖିବେ ଜିରୋ ୱେଷ୍ଟ୍ ମ୍ୟାନେଜମେଣ୍ଟ୍ । ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ଏକ ଅଭିଯାନ ଆରମ୍ଭ କରିଛି । ଯେଉଁଠି ପିଲାମାନେ ନିଜ ବିଦ୍ୟାଳୟର ଆବର୍ଜନା ପରିଚାଳନା ନିଜେ କରିବେ । ସ୍କୁଲର ଅଳିଆ ବାହାରକୁ ନ ଯାଇ ସ୍କୁଲ ଭିତରେ ହିଁ କେମିତି ବିଭିନ୍ନ ପ୍ରକାରରେ ପରିଚାଳନା ହୋଇପାରିବ ପିଲାଙ୍କୁ ଶିକ୍ଷା ଦିଆଯାଉଛି ।


ଭୁବନେଶ୍ବରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଟି ସରକାରୀ ସ୍କୁଲକୁ ନିଆଯାଇଛି । ଏହା ପରେ ଭୁବନେଶ୍ୱରର ଅନ୍ୟ ସମସ୍ତ ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏକ ଏନଜିଓ ସଂସ୍ଥା ପକ୍ଷରୁ ପିଲାଙ୍କୁ ୩ ମାସ ଧରି ତାଲିମ ଦିଆଯାଉଛି । ପ୍ରଥମେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି । ଏହାପରେ ପିଲାଙ୍କୁ ଏ ନେଇ ଶିକ୍ଷା ଦିଆଯାଇଛି । ଆଜି Zero Waste ବିଦ୍ୟାଳୟ ଭାବରେ ସହିଦନଗର ସ୍କୁଲରୁ ଏହା ଆରମ୍ଭ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



from-now-onwards-no-more-garbage-trucks-going-to-school-children-will-learn-zero-waste-management | Argus News