|
logo
Live

Argus News - ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ

Odisha

ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ

Smruti Parija
Browse all articles by Smruti Parija
·1 year ago·2 min read
ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ

Key Points

  • ମନ୍ତ୍ର ଧ୍ୱନିରେ କମ୍ପିଲା ଲୋକସେବା ଭବନ
  • ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ
  • ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ନେଇ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ତୃତୀୟ ମହଲାରେ ପାଦ ରଖୁ ରଖୁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡିଆ ଅସ୍ମିତାକୁ ଦେଲେ ଗୁରୁତ୍ୱ । ଏଣିକି ଓଡିଆ ଭାଷାରେ ହେବ ରାଜ୍ୟର ପରିଚାଳନା । ଏଥିପାଇଁ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଆହୁରି ସଶକ୍ତ କରାଯିବ । ଓଡିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ହେବ। ଆଜି ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ ଆରମ୍ଭ କରିବା ସହ ଏହି ବଡ ଘୋଷଣା କରିଛନ୍ତି । 

22 ଦିନ ପରେ ଆଜି ତୃତୀୟ ମହଲାରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠୁ ଲୋକସେବା ଭବନର ତୃତୀୟ ମହଲା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ । 22 ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଶେଷ ଆୟୋଜନ କରାଯାଇଥିଲା । ରଙ୍ଗବେରଙ୍ଗ ଫୁଲରେ ଲୋକସେବା ଭବନକୁ ସଜାଯାଇଥିଲା ।  ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । 

ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା 

ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତର ଦୃଶ୍ୟ କିଛି ଏମିତି ଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଫୁଲରେ ସୁନ୍ଦର ଭାବରେ ସଜାଯାଇଥିଲା । ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପୁଷ୍ପଗୁଚ୍ଛ ଦେଇ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ । ଯେଉଁ ଚାମ୍ବରରେ ନବୀନ ବସୁଥିଲେ ସେହି ଚାମ୍ବରରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେବଳ ଟେବୁଲ ଆଉ ଚେୟାରର ଦିଗ ବଦଳିଛି ।  
ଅନ୍ୟପଟେ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ସହ ଓଡିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ହେବା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳନ ପ୍ରୟୋଗ କରାଯିବ । ଏଥିସହ ତାଙ୍କ ପାଖରେ ଉପସ୍ଥାପିତ ହେବାକୁ ଥିବା ସବୁ ନଥିପତ୍ରକୁ ଓଡିଆରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଓଡିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ବ । ଓଡିଆ ଭାଷା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଓଡିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ । ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 


 

Sponsored
ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ | Argus News