Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଡିଓ ମେକାନିକ-ଟିକେଟ ହକରରୁ ଏବେ ଶହ ଶହ କୋଟିର ମାଲିକ !

Odisha

ରେଡିଓ ମେକାନିକ-ଟିକେଟ ହକରରୁ ଏବେ ଶହ ଶହ କୋଟିର ମାଲିକ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରେଡିଓ ମେକାନିକ-ଟିକେଟ ହକରରୁ ଏବେ ଶହ ଶହ କୋଟିର ମାଲିକ !

ରେଡିଓ ମେକାନିକ-ଟିକେଟ ହକର ଏବେ ଶହ ଶହ କୋଟିର ମାଲିକ । ବବି ପାଣ୍ଡିଆନଙ୍କ ଖାସ୍ ରାଜା ଚକ୍ରଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ଜଙ୍ଗଲ ଜମିରେ ଫାର୍ମ ହାଉସ୍ କରି ଚଳାଇଥିଲେ ରଙ୍ଗଶାଳା ।


ଗନ୍ଧମାର୍ଧନ ଲୋଡ଼ିଂ ଆଣ୍ଡ କୋପରିଟିଭ ସୋସାଇଟି ୧୦୦କୋଟି ଘୋଟାଲାରେ ଆଳୁ ଖୋଳୁଖୋଳୁ ବାହାରୁଛନ୍ତି ମହାଦେବ । ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର । ଗୋପାଳପୁର ଜଙ୍ଗଲଜମିରେ ଥିବା ରାଜାଙ୍କ ଫାର୍ମ ହାଉସରେ ରଙ୍ଗଶାଳା ଚାଲିଥିବା ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ଫାର୍ମ ହାଉସରେ ଥିବା ଆଲିସାନ୍ ବଙ୍ଗଲା ଓ ଅଣ୍ଡରଗ୍ରାଉଣ୍ଡ ଘର ବଢାଉଛି ସନ୍ଦେହ । ଅଭିଯୋଗ ହୋଇଛି ଫାର୍ମ ହାଉସରେ ଡ୍ୟାନସ ବାର ବି ଚାଲିଥିଲା ।


ତେବେ ଏଠି ବଡ଼ ପ୍ରଶ୍ନ, କାହା ପାଇଁ ଏସବୁ ଫାଇଭଷ୍ଟାର ବ୍ୟାବସ୍ଥା । ବସ୍ ହକରରୁ କେମିତି ଶହ ଶହ କୋଟିର ମାଲିକ ହେଲେ ରାଜା। ବବି ଓ ପାଣ୍ଡିଆନଙ୍କ ଛତ୍ରଛାୟାରେ ବଢାଇଥିଲେ କି ସାମ୍ରାଜ୍ୟ । ଯଦି ରାଜାଙ୍କ ପାଖରେ ଏତେ, ଗଡ ଫାଦରଙ୍କ ପାଖରେ କେତେ... ତାକୁ ନେଇ ଉଠୁଛି ପ୍ରଶ୍ନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଲୁଟ୍ ହୋଇଥିବା ପଥର ଖାଦାନ ହେଉଛି ଘଟଗାଁ ତହସିଲ୍ ଅନ୍ତର୍ଗତ ରୁଟିଶିଳା ପଥର ଖାଦାନ । ସେଠୁ ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି । କାଳେ କିଏ ଦୂରରୁ ପଥର ଖାଦାନ ଉପରେ ଆଖି ପକାଇ ଦେବ, ସେଥିପାଇଁ ଖାଦାନ ଚାରିପଟେ ମେଘନାଦ ପାଚେରୀ ଭଳି ମାଟି ଗଦା କରାଯାଇଛି। ଖାଲି ରୁଟିକଳା ନୁହେଁ, ଅଭିଯୋଗ ହେଉଛି ଧାନବେଣି, ଆମ୍ବଡ଼ହରା, ରଘୁନାଥପୁର ଠାରେ ଥିବା ପଥର ଖାଦାନକୁ ବି ଛାଡ଼ି ନାହାଁନ୍ତି ରାଜା ଚକ୍ର ।


ତେବେ ଶହ ଶହ କୋଟିର ଘୋଟାଲା ଭିତରେ ବିବାଦ ଘେରକୁ ଆସିଛନ୍ତି ରାଜା ଚକ୍ରଙ୍କ ଗଡଫାଦର ବବି-ପାଣ୍ଡିଆନ୍ । କାରଣ ସବୁଠି ଚର୍ଚ୍ଚା ବିଜେଡିର ଟପ୍‌ ଲିଡର ବବି-ପାଣ୍ଡିଆନ୍‌ ଅତ୍ୟନ୍ତ ଖାସ୍‌ ଓ ଅନୁଗତ ରାଜା ଚକ୍ର । ତେଣୁ ଏବେ ସବୁଠୁ ବଡ଼ ପ୍ରଶ୍ନ ରାଜା ଚକ୍ରଙ୍କ ସହ ତାଙ୍କ ଗଡଫାଦରମାନେ କେବେ ଆସିବେ ତଦନ୍ତ ପରିସରକୁ।

Sponsored
From radio mechanic-ticket hawker to now owner of hundreds crores! | Argus News