ସେପ୍ଟେମ୍ବର ୧୭ରୁ ଅକ୍ଟୋବର୨ ସ୍ଵଚ୍ଛତା ହିଁ ସେବା ପକ୍ଷ,ଯୋଗଦେଲେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ
·1 year ago·1 min read

ପୁରୀ :ସତ୍ୟବାଦୀ ସ୍ଥିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସି.ଆର ପାଟିଲ। ଜଳଶକ୍ତି ମନ୍ତ୍ରାଳୟର ପାନୀୟ ଜଳ ଏବଂ ସ୍ବଚ୍ଛତା ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଛି ସ୍ଵଚ୍ଛତା ହିଁ ସେବା ପକ୍ଷ। ପୁରୀ ସତ୍ୟବାଦୀ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଠାରେ ସ୍ବଚ୍ଛତା ହିଁ ସେବା ଏକ ବୃହତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଦିଗରେ କାମ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି। ବିଶେଷକରି ସଫେଇ ମିତ୍ର ମାନଙ୍କୁ ସମ୍ମାନିତ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ। ଅସ୍ତରଙ୍ଗରୁ ଭରତ ମଲ୍ଲିକ, କୁନି ନାୟକ, ପୁରୀ ସଦରରୁ ଶଙ୍କର ପ୍ରଧାନଙ୍କୁ ସଫେଇମିତ୍ର ଭାବରେ ସମ୍ମାନିତ କରାଯାଇଛି। ସୁଆଣ୍ଡୋରେ ଅନୁଷ୍ଠିତ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: