Puri Temple / ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି , ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

Key Points
ଆରମ୍ଭ ହୋଇଛି ମହାପ୍ରଭୁଙ୍କର କାର୍ତ୍ତିକ ନୀତି । ଏକମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ।
ଆଜିଠାରୁ ଶ୍ରୀମନ୍ଦିରରେ ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗି କରାଯାଇଥାଏ, ଯାହା ବାଳଧୂପ ନାମରେ ପରିଚିତ ।
ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଆଦି ଭୋଗ ହୋଇଥାଏ । ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଗତକାଲି ଦଶହରାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜଶ୍ୱେର ବେଶ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ଅନୁଷ୍ଠିତ ହୋଇଥିଲା ସୁନାବେଶ । ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ , ସୁନାବେଶରେ ସଜ୍ଜିତ ହେବେ ଚତୁର୍ଦ୍ଧା ମୂରତି
📱 Get Argus News App
✨କିରିଟି,ଚୂଳ,ଚନ୍ଦ୍ରିକା,ଆଡକାନି,ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଥିଲେ କାଳିଆ ଠାକୁର । ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ମହାପ୍ରଭୁଙ୍କର ସେହି ଦୁର୍ଲଭ ବେଶକୁ ଦର୍ଶନ କରବା ପାଇଁ ପୁରୀରେ କାଲି ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କର ଏହି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଅନ୍ୟପଟେ ଶ୍ରୀମନ୍ଦିରର ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ କରିବା ପାଇଁ ପ୍ରସ୍ତୁତ ହେଉଛି ଡିଜିଟାଲ୍ ଲାଇବ୍ରେରୀ । ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିର ପ୍ରଶାସନ ଏକ ଡିଜିଟାଲ୍ ଲାଇବ୍ରେରୀ ସ୍ଥାପନ କରୁଛି । ଏହାଦ୍ବାରା ଦୁର୍ଲଭ ମନ୍ଦିର ରେକର୍ଡ, ପୂଜା-ପାଠ, ପବିତ୍ର ମାଦଳା ପଞ୍ଜି, ତାଳପତ୍ର ପାଣ୍ଡୁଲିପି ଓ ଅନ୍ୟାନ୍ୟ ସମ୍ପଦ ସୁରକ୍ଷିତ ରହିବ । ଭକ୍ତ ଓ ଗବେଷକମାନଙ୍କ ପାଇଁ ଡିଜିଟାଲ୍ ଆକ୍ସେସ୍ ଉପଲବ୍ଧ ହେବ । ଶ୍ରୀମନ୍ଦିରର ଶାଶ୍ୱତ ଐତିହ୍ୟକୁ ସୁରକ୍ଷା କରିବାରେ ନିଆଯାଇଛି ଏପରି ଏକ ଉଦ୍ୟମ । ଏନେଇ ସୋସିଆଲ ମିଡିଆ X ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
Related Topics
Explore more stories