|
logo
Live

Argus News - ସଜନା ଛୁଇଁ ଯାହାକୁ ଯେତେ ହେଲେ ସାଇତିବାକୁ ନାହିଁ ଶୀତଳ ଭଣ୍ଡାର

Odisha

ସଜନା ଛୁଇଁ ଯାହାକୁ ଯେତେ ହେଲେ ସାଇତିବାକୁ ନାହିଁ ଶୀତଳ ଭଣ୍ଡାର

Ritu Das
Browse all articles by Ritu Das
·1 year ago·2 min read
ସଜନା ଛୁଇଁ ଯାହାକୁ ଯେତେ ହେଲେ ସାଇତିବାକୁ ନାହିଁ ଶୀତଳ ଭଣ୍ଡାର

ଛନଛନିଆ ସଜନା ଛୁଇଁ ଦେଖିଲେ ପୁରିଯାଉଛି ପେଟ। ଏଥର ସଜନା ପ୍ରଚୁର ଫଳିଛି ହେଲେ ଚାଷୀ ଖୁସି ହେଇପାରୁନାହାନ୍ତି। ସଜନା ଛୁଇଁର ଋତୁ ଏବଂ ପ୍ରଚୁର ଉତ୍ପାଦନ ପାଇଁ ବଜାରରେ ଛୁଇଁର ଚାହିଦା ନାହିଁ। ବଜାର ରେ ଚାଷୀ ମାନେ ବଡ଼ କଷ୍ଟରେ ଛୁଇଁ କିଲୋ ପିଛା 15 ରୁ 20 ଟଙ୍କାରେ ବିକ୍ରି କରୁଛନ୍ତି। ଛୁଇଁ ବିକ୍ରି ନ ହୋଇ ରହିଗଲେ ଫୋପାଡିବାକୁ ପଡୁଛି। ଯାହା ଫଳରେ ଚାଷୀ ବାଧ୍ୟ ହୋଇ ବେପାରୀଙ୍କୁ ଶାଗ ମାଛ ଦରରେ ଛୁଇଁ ବିକ୍ରି କରିବାକୁ ବାଧ୍ୟ ହେଉଛି।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ସଜନା ଛୁଇଁର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇଛି ।ଔଷଧୀୟ ଗୁଣରେ ଭରପୁର ଏହି ସଜନା ଛୁଇଁ ଏବଂ ତାର ପତ୍ର ମଧୁମେହ ରୋଗ ଠାରୁ ଆରମ୍ଭ କରି କୋଷ୍ଟକାଠିନ୍ୟ ପ୍ରଭୃତି ଭିଭିନ୍ନ ରୋଗ ଭଲକରିବାରେ ସାହାଯ୍ୟ କରେ। ସଜନଛୁଇଁ ଏବଂ ତାର ପତ୍ରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ହେଉଥିବାରୁ ବର୍ଷ ତମାମ ଏହାର ଚାହିଦା ରହିଥାଏ।


ରାଜଗାଙ୍ଗପୁର ସହର ଏବଂ ତାହାର ଆଖ ପାଖ ଅଞ୍ଚଳରେ ସଜନା ଛୁଇଁର ପ୍ରବଳ ଚାଷ ହୋଇଥାଏ।ହେଲେ ଶୀତଳ ଭଣ୍ଡାର ସୁବିଧା ନ ଥିବାରୁ ଚାଷୀମାନେ ଲାଭାନ୍ବିତ ହୋଇପାରୁ ନାହାନ୍ତି। ବିଗତ ବିଜେଡି ଶାସନରେ ବାରମ୍ବାର ରାଜଗାଙ୍ଗପୁରରେ ଏକ ଶୀତଳ ଭଣ୍ଡାର ଖୋଳିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ସେମାନେ ଆଶା କରିଛନ୍ତି ଯେ ବର୍ତ୍ତମାନର ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଚାଷୀ ଭାଇ ମାନଙ୍କ ଅଭାବୀ ବିକ୍ରି ଦୂର ହେବ। ସଜନା ଛୁଇଁ ଏକ ଋତୁ ଜନିତ ପରିବା । ଏ ବର୍ଷ ପ୍ରଚୁର ପରିମାଣରେ ଛୁଇଁ ହେଇଥିବାରୁ ବଜାରରେ ଛୁଇଁର ଚାହିଦା ନାହିଁ। ତେଣୁ ଆମେ ବାଧ୍ୟ ହୋଇ ଶାଗ ମାଛ ଦରରେ ବେପାରୀଙ୍କୁ ଛୁଇଁ ବିକିଦେଉଛୁ । ରାଜଗାଙ୍ଗପୁର ଏବଂ ଆଖପାଖ ଅଞ୍ଚଳରୁ ପ୍ରତ୍ୟେକ ଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଛୁଇଁ ବଜାରକୁ ଆସୁଛି। ଚାହିଦା ଠାରୁ ଅଧିକ ଛୁଇଁ ଅମଳ ଯୋଗୁ ଚାଷୀ କମ ଦରରେ ବେପାରୀଙ୍କୁ କମ ଦରରେ ଛୁଇଁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।ଏହି ଛୁଇଁର ପଡୋଶୀ ରାଜ୍ୟରେ ଭଲ ଚାହିଦା ରହିଥିବା ଯୋଗୁଁ ଆମେ ଏଠୁ ଥୋକରେ କିଣି ପଡୋଶୀ ରାଜ୍ୟରେ ବିକି ଦୁଇ ପଇସା ରୋଜଗାର କରିଥାଉ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସଜନା ଛୁଇଁ ଯାହାକୁ ଯେତେ ହେଲେ ସାଇତିବାକୁ ନାହିଁ ଶୀତଳ ଭଣ୍ଡାର | Argus News