Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଁ ସମଲେଶ୍ଵରୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି ଅମିତାଭ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଁ ସମଲେଶ୍ଵରୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି ଅମିତାଭ

Key Points

ସମ୍ବଲପୁର ଗସ୍ତରେ ଜି- ୨୦ ସେର୍ପା ଅମିତାଭ କାନ୍ତ

ମାଁ ସମଲେଶ୍ଵରୀଙ୍କୁ ଦର୍ଶନ କରିଛନ୍ତି

ସମ୍ବଲପୁର ଗସ୍ତରେ ଜି- ୨୦ ସେର୍ପା ଅମିତାଭ କାନ୍ତ । ମାଁ ସମଲେଶ୍ଵରୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ବୁଲି ଦେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ସମ୍ବଲପୁର ଗସ୍ତ କରିଥିବା କହିଛନ୍ତି ଅମିତାଭ କାନ୍ତ। ସମ୍ବଲପୁର ଜିଲ୍ଲା ଦେଶର ପ୍ରଗତି ଓ ବିକାଶ ପାଇଁ ଗୁରୁତ୍ବପୁର୍ଣ୍ଣ ଭୁମିକା ଗ୍ରହଣ କରୁଛି। ଏଠିକାର ଆଲୁମିନି, ଶିଳ୍ପାନୁଷ୍ଠାନ, ଖଣିଜ ଭାରତର ବିକାଶ ପାଇଁ ବଡ ଭୁମିକା ଗ୍ରହଣ କରୁଛି । 

ସମ୍ବଲପୁର ଜିଲ୍ଲାର ବିକାଶ ପାଇ କଣ ଆବଶ୍ୟକ ରହିଛି । ଖେଲ, ପର୍ଯ୍ୟଟନ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ହେବ ସେନେଇ ଜିଲ୍ଲାପ୍ରଶାସନ ସହ ସମୀକ୍ଷା କରିବେ । ଏହା ବାଦ IIM ସମ୍ବଲପୁର ପହଚି ଛାତ୍ରଛାତ୍ରୀ ଓ ଅଧ୍ୟାପକ କୁ ଆଲୋଚନା କରି ଉଦବୋଧନ ଦେଵେ । ବୁର୍ଲା ଭିସୁଟ ପହଚି ମଧ୍ୟ ଆଲୋଚନା ସହ ଉଦବୋଧନ ଦେବେ । ଅପରାହ୍ନରେ ହୀରାକୁଦ ଡ୍ୟାମ ଓ ଡେବ୍ରିଗଡ ଅଭୟାରଣ୍ୟ ପହଚି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored