Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ

Odisha

ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ

Smruti Parija
Browse all articles by Smruti Parija
·1 year ago·2 min read
ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ

ଭୁବନେଶ୍ୱର: ଯେଉଁଠି ଦିନେ ସଚିବ କି କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ଭୁବନେଶ୍ୱରର ଗାଡକଣ ସ୍ଥିତ ଶବର ସାହି । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଶବର ସାହିର ରୂପରେଖ ବଦଳିଛି । ଛଣ ଛପର ଘର ଆଜି କୋଠାରେ ପରିଣତ ହୋଇଛି । କେଉଁଠି ଛୋଟି ପଡୁଛି ...ତ କେଉଁଠି ସାଜସଜାରେ ଲାଗିଛନ୍ତି ଲୋକେ । ଆଉ ମୋଦିଙ୍କ ଆଗମନ ପାଇଁ ସାହି ବାସିନ୍ଦାଙ୍କ ମନରେ ପ୍ରବଳ ଉତ୍ସାହ ଭରିଯାଇଛି । କେମିତି ମୋଦିଙ୍କୁ ଭେଟିବେ, କଥା ହେବେ ସେ ନେଇ ଶବର ସାହିବାସୀଙ୍କୁ ରାତିରେ ନିଦ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଘର ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଠାକାର ଲୋକେ ।

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧.୦୫ ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସିବେ ଗାଡକଣ ସ୍ଥିତ ଶବର ସାହିକୁ । ପିଏମ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପାଖାପାଖି 30 ମିନିଟ୍ ଧରି ୨୦ ଜଣ ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଗାଡକଣ ଶବର ସାହିର ୧୨୦ ଜଣ ପରିବାର ମଧ୍ୟରୁ ପିଏମ ଆବାସ ହିତାଧିକାରୀ ଭାବରେ ୩୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ରଖି ଗାଡକଣ ଶବର ସାହିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏବଂ ଶେଷ ହୋଇଛି କାରକେଡ୍ ରିହରସେଲ୍ । ଏ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ  ଉଷା ପାଢ଼ୀ ଓ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ତେବେ ଏନେଇ ବିମସି କମିଶନର କଣ କହୁଛନ୍ତି ଶୁଣନ୍ତୁ... 

ଜନ୍ମ ଦିନରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
gadakana-people-excited-to-welcome-pm-modi | Argus News