Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନା ଅଳଙ୍କାରରେ ଝଲସୁଛନ୍ତି "ମା ଲକ୍ଷ୍ମୀ" 

Manini Pattanayak
Browse all articles by Manini Pattanayak
·1 year ago·2 min read
ସୁନା ଅଳଙ୍କାରରେ ଝଲସୁଛନ୍ତି "ମା ଲକ୍ଷ୍ମୀ" 

କେନ୍ଦ୍ରାପଡ଼ା: ଧରାବତରଣ  କରିଛନ୍ତି ଧନଦାତ୍ରୀ ଦେବୀ ଗଜଲକ୍ଷ୍ମୀ। ଖୁବ୍‌ ଆଡମ୍ବରରେ ଚାଲିଛି ମା' ଙ୍କ ପୂଜାର୍ଚ୍ଚନା। ଏନେଇ ଚଳଚଞ୍ଚଳ ହୋଇଉଠିଛି  କେନ୍ଦ୍ରାପଡା ସହର।  ଭଳିକି ଭଳି ତୋରଣ ଆଉ ଆଲୋକମାଳାରେ  ମଧ୍ୟରେ ଚଳିତବର୍ଷ ମା'ଙ୍କ ଚାନ୍ଦି ବା ରୁପା ଓ ସୁନା ଅଳଙ୍କାର ନେଇ ଆରମ୍ଭ ହୋଇଛି ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିଯୋଗିତା।ସହରରେ ପୂଜା ପାଉଥିବା ଖଡିଅଙ୍ଗ ପୂଜା କମିଟି 2000ମସିହାରେ ସ୍ୱଳ୍ପ ପରିମାଣରେ ପ୍ରଥମ ଚାନ୍ଦି ମା' ଲକ୍ଷ୍ମୀ ମୃଣ୍ମୟୀ ମୂର୍ତ୍ତିରେ ଲାଗି କରିଥିବା ବେଳେ ଆଜକୁ 24 ବର୍ଷ ହେବ ଏହି କମିଟି ମା'ଙ୍କ ପାଇଁ ଚାନ୍ଦି ଗହଣା ସମେତ ସୁନା ଅଳଙ୍କାର କରି  ଖୁସି ବ୍ୟକ୍ତ କରିଛନ୍ତି। ଏହି ଅଳଙ୍କାର ପାଇଁ ଖଡ଼ିଅଙ୍ଗ ଗାଁ ଲୋକେ, ବ୍ୟବସାୟୀ ମାନେ ସହାୟତା ପ୍ରଦାନ କରିଥିବା କୁହନ୍ତି କମିଟି ସଭାପତି। କେବଳ ସେତିକି ନୁହେଁ ସହରର ସାନ ମଙ୍ଗଳା ପୂଜା କମିଟି ଚଳିତବର୍ଷ ମା'ଙ୍କ ପାଇଁ ରୁପାରେ ଏକ "ଓଁ" ଆକୃତି କରି ସେଥିରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସ୍ଥାପିତ କରି ଭକ୍ତମାନଙ୍କୁ ଆକୃଷ୍ଟ କରିଛି ।

ସବୁଠାରୁ ସୁଉଚ୍ଚ ବିଶିଷ୍ଟ ଚାନ୍ଦି ମେଢ଼ ହୋଇଥିବା କାକଟ ମଙ୍ଗଳା କ୍ଲବରେ ମୋଟ 1 କ୍ୱିଣ୍ଟାଲ 20କିଲୋ ରୁପା ସାଙ୍ଗକୁ ସୁନାର ବେକ ହାର ଓ ମଥା ମଣି ଦର୍ଶକଙ୍କୁ ଆକୃଷ୍ଟ କରୁଛି । ସହରର ଅନ୍ୟତମ ଗଙ୍ଗା ଭାଗିରଥି କ୍ଲବରେ ପୂଜା ପାଉଥିବା ଗଙ୍ଗା ମାତାଙ୍କ ମୃଣ୍ମୟୀ ମୂର୍ତ୍ତିର ମୁକୁଟ ଠାରୁ ଆରମ୍ଭ କରି ମେଢ଼ ପର୍ଯ୍ୟନ୍ତ ଚାନ୍ଦିରେ ହୋଇଥିବା କହିଛନ୍ତି ପୂଜା କମିଟି ମୁଖ୍ୟ। କଟକରୁ ଏହି ଚାନ୍ଦି ମେଢ଼ ଦେଖି ପୂର୍ବରୁ ପୂଜା କରୁଥିବା ଲୋକେ ଏହି ଚାନ୍ଦି ମେଢ଼ର ପରିକଳ୍ପନା କରି ଆଜି ସଫଳ ହୋଇଥିବା କହିଛନ୍ତି କମିଟିର ସଦସ୍ୟ।ସେହିପରି ସହରରେ ପୂଜା ପାଉଥିବା ମୃଣ୍ମୟୀ ଦେବୀଙ୍କ ମୂର୍ତ୍ତିରେ ଲାଗି ହୋଇଥିବା ଏହି ସ୍ୱର୍ଣ୍ଣ ଓ ଚାନ୍ଦି ଅଳଙ୍କାରର ସୁରକ୍ଷା ପାଇଁ 24 ଘଣ୍ଟିଆ ପୋଲିସ ବ୍ୟବସ୍ଥା କରାଯାଇଥିବା ଲକ୍ଷ୍ୟ କରାଯାଇଛି। ସେହିପରି ପୋଲିସ ସହ ପୂଜା କମିଟି ଗୁଡିକ ସିସିଟିଭି ଲଗାଇଛନ୍ତି।  ଦିନକୁ ଦିନ ପୂଜାରେ ଲୋକମାନଙ୍କ ଗହଳି ବଢୁଥିବା ବେଳେ ମା'ଙ୍କୁ ଚଳିତବର୍ଷ ସୁନା ଓ ରୁପା ଖଚିତ ହୋଇଥିବା ଦେଖି କୃତାର୍ଥ ମଣୁଛନ୍ତି ଭକ୍ତ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gajalaxmi puja is going on in kendrapara | Argus News