ରତ୍ନଭଣ୍ଡାର ସମୀକ୍ଷା କାର୍ଯ୍ୟ ସାରି ଫେରିଲେ ଗଜପତି ଦିବ୍ୟସିଂହ ଦେବ

Key Points
ରତ୍ନଭଣ୍ଡାର ସମୀକ୍ଷା କାର୍ଯ୍ୟ ସାରି ଫେରିଲେ ଗଜପତି ଦିବ୍ୟ ସିଂହ ଦେବ
ଫେରିବା ପରେ ରତ୍ନ ଭଣ୍ଡାର କାର୍ଯ୍ୟ ନେଇ ସନ୍ତୁଷ୍ଟ ଥିବା ସେ ପ୍ରତିକ୍ରିୟା ରଖିଛନ୍ତି
ଏଏସଆଇର ଟିମ୍ ୧୧ ମାସ ଧରି ବାହାର ଓ ଭିତର ଭଣ୍ଡାର ମରାମତି କାର୍ଯ୍ୟ ଜାରି ରଖିଛନ୍ତି
ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ରତ୍ନଭଣ୍ଡାର
ରତ୍ନଭଣ୍ଡାର ସମୀକ୍ଷା କାର୍ଯ୍ୟ ସାରି ଫେରିଲେ ଗଜପତି ଦିବ୍ୟ ସିଂହ ଦେବ। ଫେରିବା ପରେ ରତ୍ନ ଭଣ୍ଡାର କାର୍ଯ୍ୟ ନେଇ ସନ୍ତୁଷ୍ଟ ଥିବା ସେ ପ୍ରତିକ୍ରିୟା ରଖିଛନ୍ତି। ୮୦୦ ବର୍ଷ ରୁ ଅଧିକ ପୁରାତନ ଶ୍ରୀମନ୍ଦିର। ପୂର୍ବରୁ ରତ୍ନ ଭଣ୍ଡାର କେବେ ମରାମତି ହୋଇନାହିଁ। ସ୍ଥିତି ଦୁର୍ବଳ ଥିବାରୁ ମରାମତି ନିତାନ୍ତ ଆବଶ୍ୟକ। ମରାମତି ହୋଇ ନ ଥିଲେ ସମସ୍ୟା ହୋଇଥାନ୍ତା। ଏଏସଆଇର ଟିମ୍ ୧୧ ମାସ ଧରି ବାହାର ଓ ଭିତର ଭଣ୍ଡାର ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟ ସାରିବାକୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ କହିଛନ୍ତି ଗଜପତି। ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ରତ୍ନଭଣ୍ଡାର। ମନ୍ଦିର ନିର୍ମାଣ ଶୈଳୀରେ ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯାଇଅଛି।
ଆସନ୍ତା ୨, ୩ ଦିନ ମଧ୍ୟରେ ଅର୍ଥାତ୍ ନୀଳାଦ୍ରି ବିଜେ ପୂର୍ବରୁ ସରିବ ଭଣ୍ଡାର ମରାମତି କାର୍ଯ୍ୟ। ଆସନ୍ତା ଶହ ଶହ ବର୍ଷ ଧରି ରତ୍ନ ଭଣ୍ଡାର ସୁରକ୍ଷିତ ରହିବ ଭଳି କାର୍ଯ୍ୟ କରାଯାଇଅଛି ବୋଲି ସେ କହିଛନ୍ତି। ଅନ୍ୟପଟେ ମରାମତି କାର୍ଯ୍ୟ ସରିବା ପରେ ବାହାର ଷ୍ଟ୍ରଙ୍ଗ ରୁମରେ ଥିବା ରତ୍ନ ଅଳଙ୍କାର ଭିତର ଭଣ୍ଡାରକୁ ଯିବ। ପରେ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଗଣତି ମଣତି କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ନୀଳାଦ୍ରି ବିଜେ ଆଗରୁ ସରିବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ନବେ ଭାଗ ମୁଖ୍ୟ ମରାମତି କାର୍ଯ୍ୟ ଗୁଡ଼ିକ ଶେଷ ହୋଇଛି। ୧୪ ବିମରୁ ୧୨ ଟି ପରିବର୍ତ୍ତନ ହୋଇ ନୂତନ ବିମ ଲାଗି ସରିଛି। ଆଉ ଦୁଇଟି ବିମ ସ୍ଥାପନ କାର୍ଯ୍ୟ ଆଜି ସନ୍ଧ୍ୟା ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ଏଏସଆଇ।
📱 Get Argus News App
✨୬ ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ରହିଛି ଲକ୍ଷ୍ୟ। କେବଳ ଫିନିଶିଂ କାର୍ଯ୍ୟ ବାକି ରହିଛି। କ୍ଲିନିଂ ପଏଣ୍ଟିଂ କାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ଶେଷ ହେବ। ସାଇନ୍ସ ବ୍ରାଞ୍ଚ ଦ୍ଵାରା ହେବ କେମିକାଲ କ୍ଳିନିଂ କାର୍ଯ୍ୟ। ପରେ ସ୍ଥାୟିତ୍ବ ଦୃଷ୍ଟିକୋଣରୁ ଏକ ପ୍ରିଜରଭେଟିଭ ଦିଆଯିବ। ପ୍ରାୟ୬୦୦ଟି ପଥର ରିପ୍ଲେଶ ବା ପ୍ରତିସ୍ଥାପନ କାର୍ଯ୍ୟ ହୋଇଛି। କାନ୍ଥ ରେ ଥିବା vertical cracks ମରାମତି ସହ ବେଲ୍ଟ, ବିମ୍ , ପକେଟ୍ ଚଟାଣର ମେଜର କାର୍ଯ୍ୟ ଗୁଡ଼ିକ ହୋଇଛି। ୮୦ ରୁ ଅଧିକ ଲୋକ ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଚଟାଣରେ ବ୍ଲାକ ଗ୍ରାନାଇଟ କାର୍ଯ୍ୟ ବିଛା ଯାଇଛି। କନକ ମୁଣ୍ଡିରେ ଥିବା କାଠ ଜାଲି ପରିବର୍ତ୍ତନ କରାଯାଇ ଷ୍ଟେନଲେଶ ଷ୍ଟିଲ ଜାଲି ଲଗାଯିବାକୁ ବ୍ୟବସ୍ଥା ହୋଇଛି।