ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ଗଲେ ଗଜପତି
·1 year ago

Key Points
ଚାଲିଛି ଶ୍ରୀମନ୍ଦିର ମରାମତି କାର୍ଯ୍ୟ
ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ଗଲେ ଗଜପତି
ଜୁଲାଇ ୬ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ଗଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ମଧ୍ୟ ଉପସ୍ଥିତ ରହିଛନ୍ତି । ରତ୍ନଭଣ୍ଡାର ମରାମତି କାମ କେତେ ଅଗ୍ରସର ହେଲାଣି ସେନେଇ ସମୀକ୍ଷା କରିବେ । ରଥଯାତ୍ରା ପରଦିନଠାରୁ ରତ୍ନଭଣ୍ଡାରର ଆନୁସଙ୍ଗିକ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୦ ଘଣ୍ଟାର କାର୍ଯ୍ୟ ବାକି ରହିଥିଲା ବୋଲି ପୂର୍ବରୁ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ । ତେବେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଜୁଲାଇ ୬ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: