Gambling / ଜୁଆ ଖେଳାଳିଙ୍କୁ ଉପରେ ପଡ଼ିବ ଚଡ଼କ ! ଯିଏ ପାରିବ ଧରିବ...

Key Points
ଏବେ ବିଲ ପାରିତ ହେବା ଅପେକ୍ଷାରେ ରହିଛି।
ଜୁଆ ଖେଳ ଉପରେ ଲାଗିବ ସମ୍ପୂର୍ଣ୍ଣ ରୋକ । ଏଣିକି ଜୁଆ ଖେଳିବା ବେଳେ ଧରାପଡ଼ିଲେ, ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଜୁଆ ଖେଳ ରୋକିବାକୁ ନୂଆ ଆଇନ ଆଣିବାକୁ ଯାଉଛନ୍ତି ସରକାର । ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର । ପୂର୍ବରୁ ଥିବା ୧୦୦ ଟଙ୍କା ଜରିମାନାକୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ ଯେଉଁଠି ୧୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ୁଥିଲା, ସେଇଠି ଏବେ ୨୫ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ । ଅନ୍ୟପଟେ ଯେଉଁଠି ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା ସେଇଠି ଏବେ ୭୫ ହଜାର ଟଙ୍କା ଦେବାକୁ ପଡ଼ିବ ।
ବିଧାନସଭାରେ ଏନେଇ ବିଲ୍ ଆଗତ କରାଯାଇଛି । ଏବେ ବିଲ ପାରିତ ହେବା ଅପେକ୍ଷାରେ ରହିଛି। ସର୍ବସାଧାରଣ ବଜାର, ମେଳା, ରାସ୍ତାରେ କୌଣସି ପ୍ରକାର ଜୁଆ ଖେଳକୁ ବରଦାସ୍ତ କରାଯିବ ନାହିଁ। କୌଣସି ପଶୁ ପକ୍ଷୀଙ୍କୁ ନେଇ ଲଢ଼େଇ କରୁଥିବା ବ୍ୟକ୍ତି ଏବଂ ଲଢ଼େଇରେ ସାହାଯ୍ୟ କରୁଥିବା ବ୍ୟକ୍ତି ମଧ୍ୟ ଜରିମାନା ଗଣିବେ । ଏଣିକି ସରକାରଙ୍କର ଯେ କୌଣସି ଅଧିକାରୀ ଏସବୁ ଖେଳରେ ସମ୍ପୃକ୍ତ ଏବଂ ପ୍ରବର୍ତ୍ତାଉ ଥିବା ବ୍ୟକ୍ତିଙ୍କୁ ବିନା ବିଳମ୍ବରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରେ ହଜାର କରିପାରିବେ ।
ଗତକାଲି ଲଇକେରା ଥାନା ତିଲେଇମାଲ ପଞ୍ଚାୟତ କାଙ୍କକୁମର ଜଙ୍ଗଲରେ ତାସ୍ ପତି ମାଧ୍ୟମରେ ଜୁଆ ଖେଳୁଥିବା ବେଳେ ଲଇକେରା ପୋଲିସ ମାଡ଼ି ବସିଲା । ଲଇକେରା ଥାନା ଅଧିକାରୀ ଦିଲିପ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ କାଙ୍କକୁମର ଜଙ୍ଗଲରେ ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ାଉ କରିଥିଲେ । ତାସ୍ ପତିରେ ଖେଳୁଥିବା ୩ ଜଣ ଜୁଆଡିଙ୍କୁ ମାଡିବସିବା ସହିତ ତାଙ୍କ ନିକଟରୁ ୬ ହଜାର ୬୩୦ ଟଙ୍କା ଓ ତିନୋଟି ସେଟ ତାସ୍ ପତି ସହ ୬ଟି ମୋଟର ସାଇକେଲ ଜବତ କରିଥିଲେ ।
ଜୁଆଡ଼ିମାନେ ହେଲେ ସମ୍ବଲପୁରଜିଲ୍ଲା ବାମରା ଥାନା ଗୋବିନ୍ଦ ପୁର ଅଞ୍ଚଳର ରଞ୍ଜିତ ପୂର୍ତ୍ତି, ବିକାସ ପ୍ରସାଦ, ବିପ୍ଳବ ସରକାର । ଅନ୍ୟ ଜୁଆଡ଼ିମାନେ ପୋଲିସକୁ ଦେଖି ଜଙ୍ଗଲ ମଧ୍ୟକୁ ଦଉଡ଼ି ଖସି ଯାଇଥିଲେ । ଏନେଇ ଲଇକେରା ଥାନାରେ ଏକ ମାମଲା ରୁଜ୍ଜୁ କରି ଗିରଫ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ଥାନା ଅଧିକାରୀଙ୍କ ସହିତ ଲଇକେରା ଥାନାର ରାତ୍ରି କାଳୀନ ପୁଲିସ ପେଟ୍ରୋଲିଂ ଟିମ୍ ସହଯୋଗ କରିଥିଲେ ।
📱 Get Argus News App
✨Related Topics
Explore more stories