Videos
|
Odisha

ସରିଆ ଧାନରେ ପ୍ରସ୍ତୁତ  ହୁଏ ନବାନ୍ନ

Manini Pattanayak
Browse all articles by Manini Pattanayak
·1 year ago·2 min read
ସରିଆ ଧାନରେ ପ୍ରସ୍ତୁତ  ହୁଏ ନବାନ୍ନ

ସମ୍ବଲପୁର : ଆସୁଛି  ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ।  ନୂଆଖାଇ  ପାଇଁ  ସଜବାଜ ହେଉଛି  ମା ସମଲେଶ୍ଵରୀଙ୍କ ମନ୍ଦିର । ମନ୍ଦିର ରଙ୍ଗ ଲଗାଯିବା ସହ ସଫା ସୁତରା କରାଯାଇଛି । ନୂଆଖାଇ ପାଇଁ  ମନ୍ଦିର ମୁଖ୍ୟ ପୁଜକ ଘରେ ନୂଆ ସରିଆ ଧାନ ମଧ୍ୟ ଆସି ପହଞ୍ଚିଛି  ।  ଏହି ଧାନ ମା ସମଲେଇ ଙ୍କ ଠାରେ ଲାଗି ହେବାକୁ ଥିବା ବେଳେ ନୁଆଁଖାଇ ରେ ନବାନ୍ନ ପାଇଁ  ନୁଆଁଧାନ ଲାଗି ହେବ ।  ନୂଆଧାନ କୁ ଗଣେଷ ପୂଜା ଦିନରେ ପୂଜକଙ୍କ ପରିବାର ବର୍ଗ ଶୁଖେଇ ଯତ୍ନରେ ସଫା କରିବା ସହ  କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ l  ଗୁଡ ଓ ଘିଅ ଦେଇ ନୁଆଁଖାଇ ରେ ମାଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯିବ l ତେବେ 60 ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ଵଲବସପୁର ର ସୁବାଷ ବେହେରାଙ୍କ ପରିବାର ଚାଷରେ ଲାଗିପଡିଥାନ୍ତି l 7 ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ମାଙ୍କ ନବନ୍ନ ପାଇଁ ମନ୍ଦିର କୁ ଯୋଗାଇ ଆସୁଛନ୍ତି l 

ସେପଟେ ଆସନ୍ତା ୮ ତାରିଖ ରବିବାର ନୂଆଁଖାଇ ପାଇ ମା ସମଲେଶ୍ଵରୀ ମନ୍ଦିର ସଜେଇ ହେଉଛି ।  ବର୍ତ୍ତମାନ ଠାରୁ ପୁର୍ବପ୍ରସ୍ତୂତି ଯାରି ର‌ହିଥିବା ବେଳେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ମନ୍ଦିର ଠାରେ ମଧ୍ୟ ମା ଙ୍କ ନବାନ୍ନ ପାଇଁ ତତ୍ପରତା ଦେଖାଦେଇଛି। ମା ଙ୍କ ମନ୍ଦିର ଠାରେ ନୂଆଁଖାଇ ରେ ନବାର୍ଣ୍ଣ ଲାଗି ପାଇଁ ମା ଙ୍କ ମୁଖ୍ୟ ମନ୍ଦିର କୁ ନୂଆ ରଙ୍ଗ ଦିଆଯାଉଛି। ପରେ ମାଁ ଙ୍କ ମନ୍ଦିର ର ମୁଖ୍ୟ ଗମ୍ଭୀରା କୁ ସଫା କରାଯିବା ସହ ମାଁ ସମଲେଶ୍ଵରୀ ପରିଧାନ କରୁଥିବା ସବୁ ଅଳଙ୍କାର କୁ ସଫା କରାଯିବା କାର୍ଯ୍ୟ କରାଯିବ। ମନ୍ଦିର ପରିସରରେ ଥିବା 115 ଗୋଟି ପାର୍ଶ୍ଵ ଦେବାଦେବୀ ଙ୍କ ଠାରେ ନୂଆ ସିନ୍ଦୁର ମାର୍ଜନା କରାଯିବା କାର୍ଯ୍ୟ ଅନୁଷ୍ଠିତ ହେବ। ସେପଟେ ନୂଆଁଖାଇ ପାଇ ପଶ୍ଚିମ ଓଡିଶା ଚଳଚଂଚଳ ଥିବା ବେଳେ ନୂଆଖାଇ ଦିନ ସକାଳୁ ଲଗ୍ନ ଅନୁସାରେ ରୀତିନୀତି ଅନୁସାରେ ମା ଙ୍କ ନିକଟରେ ପୁଜାର୍ଚ୍ଚନା ସହ ନବାର୍ଣ୍ଣ ଲାଗି କରାଯିବ ।
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ganaparb of West Odisha is coming nuakhai | Argus News