ଗଣେଶ ଚତୁର୍ଥୀ 2025: ପତ୍ର ପୂଜା କଣ...ଗଣେଶ ପୂଜାରେ କାହିଁକି ୨୧ ପତ୍ର ଅର୍ପିତ କରାଯାଏ? ଗୁରୁତ୍ୱ ଜାଣନ୍ତୁ

Key Points
ଗଣେଶ ଚତୁର୍ଥୀ ପର୍ବ ସମଗ୍ର ଦେଶରେ ବଡ଼ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଏ। ଏହି ଦିନ ଗଣପତି ବପ୍ପାଙ୍କ ସ୍ଥାପନା କରାଯିବା ସହ ୧୦ ଦିନ ପର୍ଯ୍ୟନ୍ତ ପୂଜା କରାଯାଏ। ପରମ୍ପରା ଅଛି କି ଗଣେଶଙ୍କୁ ମୋଦକ ଏବଂ ଲଡୁ ସହ ୨୧ଟି ପତ୍ର ଦେଇ ପୂଜା କରାଯାଏ।
ଗଣେଶ ଚତୁର୍ଥୀ ପର୍ବ ସମଗ୍ର ଦେଶରେ ବଡ଼ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଏ। ଏହି ଦିନ ଗଣପତି ବପ୍ପାଙ୍କ ସ୍ଥାପନା କରାଯିବା ସହ ୧୦ ଦିନ ପର୍ଯ୍ୟନ୍ତ ପୂଜା କରାଯାଏ। ପରମ୍ପରା ଅଛି କି ଗଣେଶଙ୍କୁ ମୋଦକ ଏବଂ ଲଡୁ ସହ ୨୧ଟି ପତ୍ର ଦେଇ ପୂଜା କରାଯାଏ। ଯାହାକୁ ପତ୍ର ପୂଜା କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ପତ୍ରର ଅଲଗା ଅଲଗା ଧାର୍ମିକ ମହତ୍ତ୍ବ ରହିଛି। ମାନ୍ୟତା ଅଛି କି ୨୧ଟି ପତ୍ର ଅର୍ପିତ କଲେ ବିଘ୍ନହର୍ତ୍ତା ଗଣପତି ଶୀଘ୍ର ପସନ୍ନ ହୋଇଯାଆନ୍ତି। ଆଉ ଭକ୍ତଙ୍କ ଜୀବନରୁ ସଙ୍କଟ ଦୂର କରିବାସହ ସୁଖ ସମୃଦ୍ଧି ପ୍ରଦାନ କରନ୍ତି।
୨୧ ପତ୍ର ଅର୍ପିତ କରିବାର ପରମ୍ପରା କେବଳ ଧାର୍ମିକ ନୁହେଁ। ବରଂ ଏଥିରେ ଗଭୀର ଆଧ୍ୟାତ୍ମିକ ରହସ୍ୟ ଲୁଚି ରହିଛି। ପ୍ରତି ପତ୍ରର ବିଶେଷ ଶକ୍ତି, ଗୁଣ ଏବଂ ଆଶୀର୍ବାଦ ରହିଛି। ଯେମିତି ଦୁର୍ବା ସମ୍ରିଦ୍ଧିର ପ୍ରତୀକ, ସମୀ ବିଜୟର, ବେଲ ପବିତ୍ରତାର, ଏବଂ ଧତୂରା ଉଗ୍ର ଶକ୍ତିମାନଙ୍କୁ ଶାନ୍ତ କରିବାର ପ୍ରତୀକ। ବିଶେଷ କଥା ହେଉଛି ଯେ ସାଧାରଣ ଦିନରେ ଗଣେଶକୁ ତୁଲସୀ ପତ୍ର ଚଢ଼ାଯାଇନଥାଏ, କିନ୍ତୁ ଗଣେଶ ଚତୁର୍ଥୀରେ ଏହାକୁ ଶୁଭ ବୋଲି ମନାଯାଏ।
ଚାଲନ୍ତୁ ଜାଣିବା ଏହି ୨୧ ପତ୍ରର ମହତ୍ତ୍ବ
1- ଶମୀ ପତ୍ର - ଏହାକୁ ବିଜୟ ଏବଂ ପାପନାଶକ ପାଇଁ ମାନ୍ୟତା ରହିଛି।
୨- ଭୃଙ୍ଗରାଜ ପତ୍ର- ଆୟୁର୍ବେଦରେ ଆୟୁ ଓ ଉର୍ଜା ଦେଉଥିବା ପତ୍ର ଅଟେ।
୩- ବେଲପତ୍ର - ତ୍ରିଦେବଙ୍କର ପ୍ରତୀକ, ଶିବ ଓ ଗଣପତିଙ୍କୁ ପ୍ରିୟ।
୪- ଦୁବ ପତ୍ର- ଗଣପତିଙ୍କର ସବୁଠାରୁ ପ୍ରିୟ, ସମୃଦ୍ଧିର ପ୍ରତୀକ
୫- ବରକୋଳି ପତ୍ର- ସରଳତା ଓ ସନ୍ତୋଷର ଦୈୱତ
୬- ଦୁଦୁରା ପତ୍ର- ଉଜ୍ଜଳ ଶକ୍ତିକୁ ଶାନ୍ତ କରିବାକୁ
୭- ତୁଳସୀ ପତ୍ର- ପ୍ରାୟତଃ ଗଣପତିଙ୍କୁ ଲାଗେ ନାହିଁ କିନ୍ତୁ ଗଣେଶ ଚତୁର୍ଥୀ ଦିନ ଗଜାନନଙ୍କୁ ଅର୍ପିତ କରାଯାଏ
୮- ସେମ ପତ୍ର- ଅନ୍ନ ଏବଂ ଉର୍ବରତାର ପ୍ରତୀକ ଏହି ପତ୍ର
୯- ଅପାମାର୍ଗ ପତ୍ର- ରୋଗ ନିବାରକ ଏବଂ ଶୁଦ୍ଧିର ପ୍ରତୀକ ଏହି ପତ୍ର
୧୦- କଣ୍ଟେଇ ବାଇଗଣ ପତ୍ର- ବାଧାନାଶକ ଏବଂ ଔଷଧୀୟ ଗୁଣ ରହିଛି ଏହି ପତ୍ରରେ
୧୧-ସିନ୍ଦୂର ପତ୍ର- ସୌଭାଗ୍ୟ ଏବଂ ମଙ୍ଗଳର ପ୍ରତୀକ
୧୨- ତେଜପତ୍ର- ସୁଗନ୍ଧ, ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ
୧୩- ଅଗସ୍ତ୍ୟ ପତ୍ର- ଜ୍ଞାନ ଏବଂ ଶକ୍ତିର ପ୍ରତୀକ
୧୪- କନିଅର ପତ୍ର- ସାହସର ପ୍ରତୀକ
୧୫- କଦଳୀ ପତ୍ର- ସମୃଦ୍ଧି ଏବଂ ଉନ୍ନତିର ପ୍ରତୀକ
୧୬- ଅରଖ ପତ୍ର- ଔଷଧୀୟ ଗୁଣ ସହ ଗଣପତିଙ୍କର ଭାରି ପ୍ରିୟ
୧୭- ଅର୍ଜ୍ଜୁନ ପତ୍ର- ଧୈର୍ଯ୍ୟ ଏବଂ ଶକ୍ତିର ପ୍ରତୀକ
୧୮- ଦେବଦାରୁ ପତ୍ର- ଶୁଦ୍ଧତା ଏବଂ ସ୍ଥିରତା ପ୍ରଦାନ କରେ
୧୯- ମରୁଆ ଏବଂ ଦୁଲ୍ଲଭା ପତ୍ର- ସୁଗନ୍ଧ ଏବଂ ପବିତ୍ରର ପ୍ରତୀକ
୨୦- କାଞ୍ଚନ ପତ୍ର- ଉନ୍ନତି ଏବଂ ସୌନ୍ଦର୍ଯ୍ୟର ପ୍ରତୀକ
୨୧- କେତକୀ ପତ୍ର- ପବିତ୍ରତା ଏବଂ ମଙ୍ଗଳ କାର୍ଯ୍ୟରେ ଲାଗି ହୋଇଥାଏ
ଏହି ପତ୍ରର ମହତ୍ତ୍ବ- ଗଣେଶ ପୂଜାରେ ଏହି ୨୧ ପତ୍ର ଲାଗି ହୋଇଥାଏ। ଏହା କେବଳ ପରମ୍ପରା ନୁହେଁ ଏହାକୁ ନେଇ ବହୁ ଆସ୍ଥା ରହିଛି। ସବୁ ପତ୍ରର କିଛି ନା କିଛି ମହତ୍ତ୍ବ ଗୁଣ ରହିଛି। ଏହା ବି ମାନ୍ୟତା ରହିଛି ଯେ, ଏହି ପତ୍ର ସବୁ ଭଗବାନଙ୍କୁ ଲାଗି କଲେ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ।
ଗଣେଶ ପୁରାଣରେ ବର୍ଣ୍ଣିତ ଅଛି ଯେ, ଏକଦା ତୁଳସୀ ଏବଂ ଗଣପତି ଦୁହେଁ ଦୁହିଁଙ୍କୁ ଅଭିଶାପ ଦେଇଥିଲେ। ଏହି କାରଣରୁ ଗଣେଶଙ୍କୁ ତୁଳସୀ ପତ୍ର ଲାଗି ହୁଏ ନାହିଁ। କିନ୍ତୁ ଗଣେଶ ଚତୁର୍ଥୀ ଦିନ ହିଁ ଗଣେଶଙ୍କୁ ତୁଳସୀ ପତ୍ର ଅର୍ପିତ କରାଯାଏ। ଏହି ଦିନ ଶୁଭ ଏବଂ ଫଳଦାୟୀ ହୋଇଥାଏ ସବୁ କାର୍ଯ୍ୟ ପାଇଁ। ସେଥିପାଇଁ ୨୧ ପତ୍ର ଦେଇ ପୂଜା କରିବା ସ୍ବାସ୍ଥ୍ୟ ସମୃଦ୍ଧି ଏବଂ ଉର୍ଜାର ପ୍ରତୀକ ହୋଇଥାଏ।